Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudeshna Pradhan

Fantasy Inspirational Children

3  

Sudeshna Pradhan

Fantasy Inspirational Children

ଶୁଭ ବଡଦିନ

ଶୁଭ ବଡଦିନ

1 min
135


ଯୀଶୁ ତୁମେ ପ୍ରେମପ୍ରତିମ        

ଚାଁହୁଛି ତୁମକୁ ଏ ଧରାଧାମ        

କେମିତି ଅଟେଯେ ଈଶ୍ୱର ପ୍ରେମ    

ଅନ୍ଧାର୍ଥେ ଭରିଛି ମଣିଷ ମନ l

          

ଯୀଶୁ ତୁମେ ଶାନ୍ତିର ପୁରୁଷ           

ତୁମ ଜନ୍ମଦିନ ହୁଏ ପ୍ରତିବରଷ        

ଖୁସିର ମାହୋଲ ସେ ବଡଦିନ

ଶାନ୍ତିପୁରୁଷଙ୍କ ଧରା ଅବତରଣ l 

       

ଆସିଲେ ଡିସେମ୍ବର ପଚିଶ           

ଜାଣନ୍ତି ସଭିଏଁ ଏକ୍ସ-ମାସ           

ଖ୍ରୀଷ୍ଟ ଧର୍ମାଲମ୍ବୀ ଗୁହାଳ କରି         

ଆନନ୍ଦେ ମାହୋଲ ଉଠୁଛିପୁରି l


ଭୁଲି ଯାଇଥାନ୍ତି ତୁମର ବାଣୀ        

ପ୍ରକୃତ ପ୍ରେମକୁ ଚିହ୍ନିପାରେନି         

ଗଛକୁ ସଜାନ୍ତି ଗୋଟିଏ ଦିନ   

କରନ୍ତିନିଗୋଟେ ବୃକ୍ଷରୋପଣ l


ସାରାଜଗତର ଜୀବନଦାତା        

ଅଟଇ ସିନା ସେ ବୃକ୍ଷମହାତ୍ମା       

ସଜାଇ ତାହାକୁ ବଡଦିନରେ          

ଉତ୍ସବ ପାଳଇ ଆନନ୍ଦମନରେ |


ସାନ୍ତା କ୍ଲଜ ଦିଅନ୍ତି ଉପହାର         

ଶାନ୍ତିଭରା ସବୁ ଶିଶୁମନର        

ଲାଲଟୋପି ଲାଲପୋଷାକ ସଜା 

ଛୋଟ ଶିଶୁ ପିନ୍ଧି କରନ୍ତି ମଜ୍ଜା | 

  

ସତରେ ଆସିବେ ଈଶ୍ୱରସୁତ          

ପ୍ରଭୁଙ୍କ ସାଥିରେ ହେବ ସାକ୍ଷାତ          

ସିଏ କ୍ଷମା ଆଉ ଦୟାସାଗର      

କରଯୋଡ଼ି କରେ ନମସ୍କାର | 


ପ୍ରଭୁ ଆସିଥରେ ଦେଖାତ ଦିଅ     

ସଂସାରୁ ଦୁଃଖକୁ ଦୂରେଇ ନିଅ        

ସବୁମନେ ଭର ହେ ଶାନ୍ତିବାଣୀ      

ହୃଦରେ ଦିଅହେ ପ୍ରେମଭାବନା ବୁଣି l    

     

ଯେଣୁ ଅଟୁ ସର୍ବେ ଈଶ୍ୱରଙ୍କ ସନ୍ତାନ     

କରହେ ତାଙ୍କ କରୁଣା ପ୍ରଦାନ         

ଏ ଧରାଧାମରେ ଯେତେକଦିନ        

ସୁଖେ କଟି ଜୀବ ଯାଉ ଶରଣ l       


ଯେଣୁ ତୁମେ ଅଟେ ଈଶ୍ୱର ପୁତ୍ର            

ପ୍ରଭୁଙ୍କ କୃପାର ନିକଟ ସତ୍ୱ            

ଶାନ୍ତିମୟ କର ସବୁ ଜୀବନ             

ସବୁଦିନ ହେଉ ଶୁଭ ବଡଦିନ |


Rate this content
Log in

Similar oriya poem from Fantasy