STORYMIRROR

Jayashree Das

Fantasy

3  

Jayashree Das

Fantasy

ମିତରେ ମିତ

ମିତରେ ମିତ

1 min
155


ମନ ଅଗଣାରେ ବାସ ଚହଟାଇ,

ଆ ଆରେ ମିତ ଆ,

ମଧୁବସନ୍ତର ସମୀର ଖେଳେଇ,

ଜୀବନ ରଙ୍ଗେଇ ଯା।


ହୃଦୟ ଆକାଶ ଚାନ୍ଦୁଆ ଛାଇରେ,

ତୁମେ ମିତ ମଧୁମତୀ,

ତୃଷାତୁର ଏଇ ଜୀବନମରୁରେ,

ତୁମେ ନଦୀ ବେଗମତୀ।


ଅନ୍ଧାର ଯାମିନୀ ଜ୍ୟୋସ୍ନାର ଆଲୋକେ

ବନ୍ଧୁ ତୁମେ ତୋଫା ରାତି,

ତୁମବିନା ଏଇ ନିଃସଙ୍ଗ ଜୀବନେ

ମିଳେନାହିଁ କେବେ ଶାନ୍ତି।


ଅଙ୍କାବଙ୍କା ପଥ ବନ୍ଧୁର ଦୁର୍ଗମ,

ଜୀବନର ଚଲାପଥ,

ତୁମ ହାତ ଥିଲେ ମୋ ହାତ ସହିତ

ଚିନ୍ତା ନାହିଁ ମୋର ମିତ।


ସ୍ମୃତି ଶାମୁକାରେ ସ୍ୱାତୀର ଶିଶିର,

ବନ୍ଧୁ ତୁମେ ମୋର ମୁକ୍ତା,

ଅମୂଲ୍ୟ ଦୁର୍ମୁଲ୍ୟ ବନ୍ଧୁତା ଆମର

ମନ୍ଦ୍ରିତ ସମ୍ପର୍କ ଗାଥା।


ଅଳିକ ନୁହଁଇ ଚିର ଦିନପାଇଁ,

ସେନେହ ମମତା ଡୋରୀ,

ଛଳନା ରଙ୍ଗରୁ ବହୁତ ଦୂରରେ

 ବନ୍ଧୁତା ଖିଅ ଆମରି।


ଉଦାସ ମନରେ ପୂଣ୍ୟ ସଞ୍ଜବତୀ

ଗୋଧୂଳିର ଅସ୍ତରାଗ,

ବଧୂଲୀଆଭାର ଚିତ୍ରିତ ସଞ୍ଜେ,

ମିତ ଅଟେ ମୈତ୍ରୀଧାମ।


ଅଳକାପୁରୀର ବର୍ଣ୍ଣ ବୈଭବ,

ସଚ୍ଚାମିତ୍ର ମନ ତଳେ,

ହୃଦୟ ମନ୍ଦିରେ ପ୍ରୀତିର ଦୀପାଳି,

ଦିକିଦିକି ହୋଇ ଜଳେ।


କୃଷ୍ଣଚୂଡ଼ା ରଙ୍ଗ ଦୁଇ ମନ ତଳେ,

କେବେ ସେ ସୁଦାମା କୃଷ୍ଣ,

କେବେ ମହାମାନୀ ଦୁର୍ଯ୍ୟୋଧନ ପୁଣି

କେବେ କର୍ଣ୍ଣ ଭାବାବେଶ।


ତଉଲି ହୁଏନି ଦୁଇ ମନତଳ

ଅନାବିଳ ବନ୍ଧୁତାକୁ,

ଜୀବନ ପରିଧି ଜଟିଳ ଗଣିତ,

ସୂତ୍ର ଧରି ଚଳିବାକୁ।


ଭାଗ୍ୟବାନ ସିଏ ପାଖେପାଖେ ଥାଏ

ଯା ପାଖେ ବନ୍ଧୁର ହାତ,

ବିଶ୍ୱାସର ମନ୍ତ୍ର ରାଜରାସ୍ତା ଧାରେ

ଆସେନା ଜୀବନେ କଷ୍ଟ।


ସୁଖର ଚାଙ୍ଗୁଡ଼ି ସପନ ଦୁଆରେ

ଶୁଭେଚ୍ଛାର ବାର୍ତ୍ତା ଗାଇ,

ଆରେ ମିତ ଆ ସାରା ଜୀବନକୁ

ହେବା ଦୁହେଁ ଦୁହିଁଙ୍କର ଛାଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy