Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

4  

Binodini Dash

Inspirational

ଦୁଃଖ ପରେ ସୁଖ ଦୁନିଆ ରୀତି

ଦୁଃଖ ପରେ ସୁଖ ଦୁନିଆ ରୀତି

1 min
228


ଦୁନିଆ ବୁକୁରେ ଘର କରିଛନ୍ତି

କର୍ମ ଅନୁଯାୟୀ ଫଳକୁ ଲଭି

କାଳ କାଟୁଥିବା ସୁଖେ ଅବା ଦୁଃଖେ

ହସ ଆଉ ଲୁହକୁ ଅନୁଭବି ।


ଶୀତ ପରେ ମଧୁମାସ ଆସିଥାଏ

ତନୁମନରେ ଅପୂର୍ବ ମହକ

ସେମିତି ଦୁଃଖଟା ଉହାଡ଼ ହୋଇଲେ

ସୁଖ ଦିଶିବନି କି ଝକମକ ?


ଦୁଃଖ ସମୟରେ କାଠି ଖଣ୍ଡେ ସମ

ନିଜର ମନକୁ ନକରି କେହି

ମନ ସହ ନିଜ ଅସ୍ଥି ମଜ୍ଜା ରକ୍ତ

ବିଡ଼ାଟେ ବାନ୍ଧି ରଖିବା ସଜାଇ ।


ଭାଙ୍ଗି ପଡ଼ିବାନି କୌଣସି ବିପଦେ

ସାହସ ଦମ୍ଭରେ ଦୃଢ଼ ହୃଦୟ

ବୁଦ୍ଧି କଉଶଳ ଯେବେ ସାଥେ ଥିବ

ଅନ୍ଧାର ହଟି ସୂରୁଜ ଉଦୟ ।


ଯେତେବେଳେ ଯାହା ଘଟି ଯାଉଥିବ

ଶୋଚନା ନକରି ତେଜିକି ଭୀତି

ଚଳି ଯାଉଥିବା ବୁଝକଟେ ଭଳି

ଦୁଃଖ ପରେ ସୁଖ ଦୁନିଆ ରୀତି ।



Rate this content
Log in

Similar oriya poem from Inspirational