ଶେଷ ଶ୍ରାବଣ
ଶେଷ ଶ୍ରାବଣ

1 min

252
ପ୍ରିୟା ମୋର ତୁମକୁ ରହିଲା ରାଣ
ଏଥରକ ଜମା କରନି ବାରଣ l
ଅପେକ୍ଷା କରି ହେଲିଣି ହଇରାଣ
ପହଞ୍ଚିଗଲା ପରା ଶେଷ ଶ୍ରାବଣ l
ଲଗାଣ ବରଷା ଧାରା ଶ୍ରାବଣର
ଲିଭାଇ ପାରୁ ନାହିଁ ନିଆଁ ମନର l
ବୁଝନା ଥରେ ଭଲ ପାଇବା ମୂଲ୍ୟ
ଜୀବନେ ମୋ କିଛି ନାହିଁ ତୁମ ତୁଲ୍ୟ l
ଶୁଣି ନିଅ ଏଇ ମୋର ଶେଷ କଥା
ଶବ ଦେହେ ସଞ୍ଚାର ପ୍ରାଣର ସତ୍ତା l
ନହେଲେ ମରିବି ଯେ ନିଶ୍ଚିତ ଜାଣ
ତୁମେ ହିଁ ତାହାର ହୋଇବ କାରଣ l