Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhabani Shankar Giri

Inspirational

3  

Bhabani Shankar Giri

Inspirational

ଗୁରୁ

ଗୁରୁ

1 min
214


ଗୁରୁ ଶିଷ୍ୟଙ୍କ ସମ୍ପର୍କ ନିଆରା 

ବହୁ ପୁରୁଣା ଏହି ପରମ୍ପରା l


     ସବୁ କାରଯେ ଲୋଡ଼ା ଗୁରୁଜ୍ଞାନ 

     ପହଞ୍ଚିବାକୁ ହେଲେ ଶୀର୍ଷ ସ୍ଥାନ l


ମିଳିଲେ ତାଙ୍କର ଶୁଭାଶିର୍ବାଦ 

ଲାଘବ ହୁଏ ସକଳ ବିପଦ l


      ବିକଳ୍ପ ନାହିଁ ଗୁରୁ ଅବଦାନ        

     ମନେ ରଖିବା ଏହା ଆଜୀବନ l

 

ସେପ୍ଟେମ୍ବର ପାଞ୍ଚ ଗୁରୁ ଦିବସ 

ଶିକ୍ଷାନୁଷ୍ଠାନେ ଆନନ୍ଦ ଉଲ୍ଲାସ l


     ଗୁରୁ ପାଇଁ ଏହା ବିଶେଷ ଦିନ 

     ଶିଷ୍ୟ ପାଳନ୍ତି ଦେଇ ମନପ୍ରାଣ l


ଗୁରୁଙ୍କ ସକାଶେ ଆମେ ଶିକ୍ଷିତ 

ସମାଜ ହୋଇଛି କେତେ ଉନ୍ନତ l  


      ଗୁରୁ ଅଟନ୍ତି ସାକ୍ଷାତ ଇଶ୍ୱର 

      ସେବା ଭକ୍ତି କରିବା ନିରନ୍ତର l


ପୂଜିବା ନିଇତି ଫୁଲ ଚନ୍ଦନେ 

ତେବେ ମଙ୍ଗଳ ହୋଇବ ଜୀବନେ l


      ଗୁରୁଙ୍କ ପାଇଁ ଆଜି ମୁଁ ଗର୍ବିତ 

      ଭାବିଲେ ଝରେ ଅଶ୍ରୁ ଅବିରତ l


ଭଲରେ ଥାଅ ଗୁରୁ କୂଳ ମୋର 

ଡାକୁଅଛି ପ୍ରଭୁଙ୍କୁ ବାରମ୍ବାର l


  


 



Rate this content
Log in

Similar oriya poem from Inspirational