Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhabani Shankar Giri

Inspirational

4  

Bhabani Shankar Giri

Inspirational

ଆମେ ସ୍ୱାଧୀନ ତ !

ଆମେ ସ୍ୱାଧୀନ ତ !

1 min
38


    


 କାଗଜ କଲମେ ଆମେ ସ୍ୱାଧୀନ 

 ବାସ୍ତବେ କିନ୍ତୁ ଅଟୁ ପରାଧୀନ l

   

ଇଂରେଜରୂପୀ ଭାରତୀୟ ଯେତେ  

ନିରୀହଙ୍କୁ ଦାଉସାଧନ୍ତି କେତେ l


ଧନୀ ହୋଇ ଚାଲିଛି ଧନଵାନ 

ଗରିବ ହୁଏ ଭାରି ହୀନିମାନ l


ସଭ୍ୟ ଶିକ୍ଷିତ ସମାଜେ ବି ଆଜି 

ନାରୀ ଅତ୍ୟାଚାର ଅଛି ବିରାଜି l


କନ୍ୟା ଭୃଣ ନଷ୍ଟ ଆରମ୍ଭ କରି 

ଦୁଷ୍କର୍ମ,ହତ୍ୟାକାଣ୍ଡ ଚିନ୍ତା ଭାରି l


ଅନ୍ୟାୟ ଅଧର୍ମ କାର୍ଯ୍ୟରେ ନିତି 

ଅନେକଙ୍କ ବିତୁଛି ଦିନ ରାତି l


ବଢିଛି ସିନା ଶିକ୍ଷାର ପ୍ରସାର 

ନୈତିକତା ଗୁଣ ନାହିଁ କାହାର l


ଶିଶୁ ଶ୍ରମିକ ପ୍ରଥା ପ୍ରଚଳିତ 

ଦେଖି ହୁଅଇ ମନ ବିଚଳିତ l


ସ୍ୱାସ୍ଥ୍ୟ ସେବାରେ ସମସ୍ୟା ଅନେକ

ଗୁଣି ଗାରେଡିରେ ମରନ୍ତି ଲୋକ l


ପୁଣି ଅନ୍ଧ ବିଶ୍ୱାସ କୁସଂସ୍କାର 

ବହୁ ସ୍ଥାନରେ ଅଛି ଭରପୁର l


ମୌଳିକ ଅଧିକାର ଦିଗହରା 

ଦୁସ୍ଥ ମଳିମୁଣ୍ଡିଆ ବେସାହାରା l 


ଲୋକ ଆମେ ବିକଶିତ ଦେଶର 

କିନ୍ତୁ ଅଭାବ ଏଇଠି ଶାନ୍ତିର l


ସ୍ୱାର୍ଥ ପଛରେ ପଡି ନର ଜାତି 

କରନ୍ତି ଅନ୍ୟର ଅଶେଷ କ୍ଷତି l


ଇଏ କି ପ୍ରକାର ଆମେ ସ୍ୱାଧୀନ 

ମନରେ ଉଠଇ ଏମିତି ପ୍ରଶ୍ନ !


Rate this content
Log in

Similar oriya poem from Inspirational