Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhabani Shankar Giri

Inspirational

3  

Bhabani Shankar Giri

Inspirational

ଛନ୍ଦହୀନ ଜୀବନ

ଛନ୍ଦହୀନ ଜୀବନ

1 min
223


          

ଜୀବନ ଯେ ଅଙ୍କାବଙ୍କା ବାଟଟିଏ 

         କେତେ ଉଠି ପଡି ଚାଲିବାକୁ ହୁଏ ।


 ଛାଇ ଆଲୁଅର ଲୁଚକାଳି ଖେଳ 

         ଦୁଃଖ ପରେ ସୁଖର ଅପୂର୍ବ ମେଳ ।


ଧର୍ମ ପଥେ କର୍ମ କରି ଚାଲିଥିଲେ 

          ସହଜେ ବିପଦ ନପଡ଼ଇ ଭଲେ ।


ଅନ୍ୟାୟ ଅନୀତିକୁ ଦେଲେ ପ୍ରଶୟ 

       ନିଶ୍ଚେ ଦିନେ ଅକାଳେ ହେବ ବିଲୟ ।


ସତ୍ୟ ନ୍ୟାୟର ସଦା ହୁଏ ବିଜୟ 

          ପାପ କର୍ମ ପ୍ରତି ରଖିଥିବା ଭୟ ।


ସମୟକ୍ରମେ ସବୁ କର୍ମ ହିସାବ 

            ସୁଧମୂଳ ସହ ଆମକୁ ମିଳିବ ।


କୁକର୍ମ କରି ହେବ ନାହିଁ ମୁକୁଳି 

         ଚାରିପାଖେ ଆମ ପ୍ରଭୁଙ୍କ ଶିକୁଳି ।


ଇଶ୍ୱରଙ୍କ ଆଶୀର୍ବାଦ ବିନା ଜାଣ 

        ଜୀବନର ମାନ ହୋଇଯିବ ଗୌଣ ।


ଏହି କଥା ଯେତେ ମର୍ମେ ମର୍ମେ ହେଜି 

          କର୍ତ୍ତବ୍ୟ କରିବା ସବୁ ବୁଝି ସୁଝି ।


ସୁକର୍ମ କଲେ ଭଲ ଫଳ ପାଇବା 

          ହସ ଖୁସିରେ ଜୀବନ ବିତାଇବା ।


          


Rate this content
Log in

Similar oriya poem from Inspirational