ନିଶା
ନିଶା
ନିଶା
ସିଗାରେଟ ନୁହେଁ ଛୋଟିଆ ନିଶା
ବିପଦ ଆଣି କରେ ଲୋକ ହସା ।
ଦୁଃଖ ଭୁଲିବାକୁ କରି ଅଭ୍ୟାସ
ନିଜେ ବେକେ ଲଗାଏ ଫାଶ ।
ସାଙ୍ଗ ସାଥି ମେଳେ ନିଶା ଆଦର
ମିଳେ ଆନନ୍ଦ ଅଲଗା ପ୍ରକାର ।
ନିତି କରଇ ଯେ ନିଶା ସେବନ
ହୁଅଇ ସିଏ ଭାରି ହୀନିମାନ ।
ବିଭିନ୍ନ ରୋଗରେ ପୀଡିତ ହୋଇ
p>
ମେଡିକାଲ ଧାଏଁ ଚିକିତ୍ସା ପାଇଁ ।
ଖର୍ଚ୍ଚ କରି ବି ପ୍ରାଣ ଚାଲି ଯାଏ
ଘର ଲୋକ ବହୁ ଯନ୍ତ୍ରଣା ପାଏ ।
ନିଶା ଅଭ୍ୟାସ ବହୁତ ପ୍ରଖର
ତା' ପାଖରୁ ବର୍ତ୍ତିବା କଷ୍ଟକର ।
ଅକାଳ ମୃତ୍ୟୁ ନିଶ୍ଚିତ ଆସଇ
ଜୀବନେ ସୁଖ କେବେ ନମିଳଇ ।
ସିଗାରେଟ ଧୂଆଁ କ୍ଷତିକାରକ
ପାଖ ଲୋକ ସକାଶେ ମାରାତ୍ମକ ।
ମୃତ୍ୟୁ ପରେ ମଧ୍ୟ୍ୟ ମୁଣ୍ଡ ଖପୁରି
ସଦା ସିଗାରେଟକୁ ହୁଏ ଝୁରି ।
ସର୍ବଦା ନିଶାରୁ ଦୂରେ ରହିବା
ଆନନ୍ଦ ଉଲ୍ଲାସେ ଭଲେ ଜୀଇଁବା ।