ବର୍ଷା
ବର୍ଷା

1 min

184
ଋତୁ ଶ୍ରେଷ୍ଠ ଅଟେ ବରଷା
ଆମ ସିଏ ଆଶା ଭରସା l
ବର୍ଷା ଋତୁ କଲେ ପ୍ରବେଶ
ଖରା ପ୍ରକୋପ ହୁଏ ହ୍ରାସ l
ମନେ ଭରେ ଖୁସି ନୂତନ
ଆନନ୍ଦେ କଟିଯାଏ ଦିନ l
ନଦୀ ପୋଖରୀ ଜଳପୂର୍ଣ୍ଣ
ଅତୁଳନୀୟ ତାର ଦାନ l
ହସି ଉଠେ ଜୀବ ଜଗତ
ଚାଷ କାର୍ଯ୍ୟେ କୃଷକ ବ୍ୟସ୍ତ l
ଶସ୍ୟ ଶ୍ୟାମଳା ଧରା ପୃଷ୍ଠ
ସମସ୍ତଙ୍କୁ କରେ ଆକୃଷ୍ଟ l
ପନିପରିବା ଫୁଲ ଫଳ
ବହୁତ ହୁଅଇ ଅମଳ l
ବେଶୀ ବର୍ଷାରେ ବନ୍ୟା ଆସେ
କମ ଜଳେ ମରୁଡି ଗ୍ରାସେ l
ଜଳ ହିଁ ଆମରି ଜୀବନ
ଅଟଇ ଅମୃତ ସମାନ l
ବରଷା ଋତୁ ପ୍ରିୟ ଆମ
ନାହିଁ କିଛି ତାହାରି ସମ l