Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଶ୍ରମର ଜୟ ଜୟ

ଶ୍ରମର ଜୟ ଜୟ

1 min
319



ଆମେରେ ଶିଳ୍ପୀ ଶ୍ରମିକ ଆମେ

   ଆମେରେ କାରିଗର

ମାନୁନା ଆମେ ବାଆ ବତାସ

   ଖରା କାକର ଡର l


ଆମେ ଗଢ଼ିଲୁ ଅମରାବତୀ 

   ରାବଣପୁରୀ ଲଙ୍କା

କୋଣାରକରେ ରବି ମନ୍ଦିର

  ହୁମା ଦେଉଳ ବଙ୍କା l


ବଡ଼ ଦେଉଳ ଶ୍ରୀ ଲିଙ୍ଗରାଜ

  ଆମେ ଯେ ତାର ହେତୁ

ଆମେ ଗଢ଼ିଲୁ ତ୍ରେତୟା ଯୁଗେ

  ଲଙ୍କାକୁ ରାମସେତୁ l


ଆମେ ଗଢିଲୁ ସଡ଼କ ସୌଧ

   ରେଳ ଜାହାଜ କଳ

ଦେଶ ପ୍ରଗତି ଆମରି ହାତେ

   ଆମରି ଶ୍ରମଝାଳ l


ଆମେ ଆଙ୍କିଛୁ ପଥର ଦେହେ

  କେତେ ଯେ ଚାରୁକଳା

ଆମରି ଲାଗି ଆମରି ଦେଶ

  ଜଗତେ ବଡ଼ ହେଲା l


ଖଣିରୁ ଆମେ ପଥର କାଢ଼ୁ 

   ପଥର ଦେହୁ ରତ୍ନ

ପିଠିରେ ଆମ ପଥର ବୋହି 

  ବାନ୍ଧିଲୁ ନଦୀ ସ୍ରୋତ l


ଗହୀର ବିଲେ ଖେଳାଉ ଆମେ 

   ସବୁଜ ଶୋଭା ଆଣି

ଘରେ ଘରକେ ବିଜୁଳି ବତୀ 

   କୃଷକେ ଦେଉ ପାଣି l


ଉଡ଼ାଜାହାଜ ରକେଟ ଦେଖ 

   ଆକାଶେ ଯାଏ ଉଡ଼ି

ଦରିଆ ବୁକେ ଜାହାଜ ଚାଲେ

   ବୁଡ଼ା ଜାହାଜ ବୁଡ଼ି l


ଆମ କଷଣ ନଜାଣେ କେହି

   ଖାଉରେ ମାଡ଼ ଗାଳି

ଭୋକରେ ପିଲେ ମରନ୍ତୃ ପଛେ 

  ଜଳେନା ଘରେ ଚୁଲି l


ଦେଶ ପ୍ରଗତି ଆମର ନୀତି 

   କାହାରେ ନାହିଁ ଭୟ

ଦୁଃଖ କଷଣ ଦେଶରୁ ଯାଉ 

   ଶ୍ରମର ଜୟ ଜୟ ।

  


Rate this content
Log in

Similar oriya poem from Inspirational