STORYMIRROR

Dibakar Nayak

Inspirational

4  

Dibakar Nayak

Inspirational

ସୁଖ ବୋଲି ଯଦି କିଛି ଅଛି

ସୁଖ ବୋଲି ଯଦି କିଛି ଅଛି

1 min
314


ଖୁସି ବୋଲି ଯଦି କିଛି ଅଛି ପ୍ରଭୁ

ସେଇ ଖୁସି କେବେ ଦିଅନି ମୋତେ

ଜନ୍ମରୁ ଯା ସାଥେ ପରିଚୟ ନାହିଁ

ପାଇବାକୁ ଆଉ ଚାହୁଁନି ଚିତ୍ତେ ।


ଯେମିତି ରଖିଛ ଆଜି ଯାଏ ମୋତେ

ଭାବି ମୁଁ ନେଇଛି ଆଶିଷ ତୁମ

ଖାଲ ଢିପ ସବୁ ଲଙ୍ଘିବା ଶିଖିଛି

ଅନ୍ଧ ଭଳି ଟାଳି ସବୁ ବିଷମ ।


ଶୂନ୍ୟ ମହାଶୂନ୍ୟ ଆଶା ଭରସା ମୋ

ସେ ସବୁରେ ପୂରି ରହିଛ ସତେ

ଖୁସି ବୋଲି ଯଦି କିଛି ଅଛି ପ୍ରଭୁ

ସେଇ ଖୁସି କେବେ ଦିଅନି ମୋତେ ।


ଫଗୁଣରେ ତୁମ ହସ ମୁଁ ଦେଖିଛି

ହୃଦୟେ ଫୁଟିଛି ପୁଲକ କଳି

ଚଇତାଳି ବାଆ ଦିଏ ତୁମ ଛୁଆଁ

ଶ୍ରାବଣେ ପାଦୋକ ଦେଇଛ ଢାଳି ।


ଶରତେ ମୋ ପାଇଁ ସୁନାର ଚାନ୍ଦିନୀ

ରୂପା କାଶତଣ୍ଡି ଖଞ୍ଜିଛ କେତେ

ଖୁସି ବୋଲି ଯଦି କିଛି ଅଛି ପ୍ରଭୁ

ସେଇ ଖୁସି କେବେ ଦିଅନି ମୋତେ ।


Rate this content
Log in

Similar oriya poem from Inspirational