STORYMIRROR

Pravatirani Mohanty

Inspirational

4  

Pravatirani Mohanty

Inspirational

ଆଜି କାଲି

ଆଜି କାଲି

1 min
412


ଆଜି କାଲି ଏଇମିତି ବଞ୍ଚିବାକୁ ହୁଏ

ବୁଝୁଥିଲେ କିଛି କିଛି ଅବୁଝା ବି ରହେ

ସବୁଯଦି ମିଳିଯାନ୍ତା ଭାବୁଭାବୁ କିଛି

ରାସ୍ତାତ ଅନେକ ଚାଲି ବାକୁ ହୁଏ ବାଛି

ବେଳେ ବେଳେ ଚିହ୍ନାରାସ୍ତା ଲାଗଇ ଅଲଗା

ଅତୀତର ସ୍ମୃତି କିଛିଥାଏ ସେଠି ଲେଖା

କିଛି ଜଣା ଅଜଣାଙ୍କ ଚିହ୍ନାଚିହ୍ନା ମୁହଁ

କିଛି କିଛି ଲୁହ ଭିଜ ଆଉ କିଛି କୋହ

ସମୟ ର ପଥପ୍ରାନ୍ତେ କେତେଖାଲ ଡିପ

ବାଟ ତ କଡାଉ ଥାଏ ଧରମ ର ଦୀପ

ବାଅ ବତାସରେ ଝୁଲେ ମୋ ବାଇଆ ବସା

ନୀଳ ଜଳେ ଭାସେ ନାବ କାଳିଆ ଭରସା ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational