ଜୀବନ ପଥ
ଜୀବନ ପଥ
ଜୀବନ ପଥଟି କେବେ ସମତଳ
କେବେ ଖାଲ ଖମା ଭରା
ଚାଲିବାକୁ ହେବ ଏ ଜୀବନ ପଥ
ମନେ ଭରି ଏକାଗ୍ରତା ।
ଜୀବନ ନୁହଁଇ ସରଳ ରେଖା ଟେ
ଆଖି ବୁଜି ଚାଲିଯିବା
ଜୀବନ ପଥଟି ଅଙ୍କାବଙ୍କା ପରା
ଦେଖି ପାଦ ପକାଇବା ।
ଜୀବନ ପଥଟି ଆରମ୍ଭ ହୋଇଛି
ଶେଷ ତାର ଜଣା ନାହିଁ
ସେ ପଥରେ ଆମେ ଫୁଲ ଭରିବା ନା
କଣ୍ଟାରେ ଦେବା ସଜାଇ ?
ଜୀବ ସରଜନା କରିଲେ ଇଶ୍ବର
ଭବ ଭୂମିରେ ଛାଡିଲେ
ପଥ ବାଛିବାକୁ ପୂର୍ଣ୍ଣ ସ୍ଵାଧୀନତା
ଆମକୁ ସମର୍ପି ଦେଲେ ।
ଜୀବନ ପଥ ର ସରଜନା ପାଇଁ
ବିବେକ ଆମକୁ ଦେଲେ
ପଥ ପଡ଼ିଥିଲେ ବାଛିବା ପାଇଁ ଯେ
ଚେତନ ବୁଦ୍ଧି ଯେ ଦେଲେ ।
ବୁଦ୍ଧି, ବିବେକର ବ୍ୟବହାର କଥା
ଆମ ଉପରେ ଛାଡ଼ିଲେ
ଚେତନ ଶକତି ଉପଯୋଗୀତାର
ଭାର ଆମ କାଂଧେ ଦେଲେ ।
ବିବେକ ମଣ୍ଡିତ ହେବା କି ନ ହେବା
ସବୁ ଆମର ସିଦ୍ଧାନ୍ତ
ବୁଦ୍ଧି କେଉଁଠାରେ କେମିତି ଲାଗିବ
ତାହା ଆମର ଦାୟୀତ୍ଵ ।
ଜୀବନ ପଥରେ ଚାଲୁ ଚାଲୁ ଯଦି
ଖାଲ ଖମା ବି ପଡ଼ିବ
ଇଶ୍ଵରଙ୍କ ଦତ୍ତ ଧୈର୍ଯ୍ୟ ସାଥେ ଥିଲେ
ହତାଶା ଉଭେଇ ଯିବ ।
ଜୀବନ ପଥରୁ କଣ୍ଟା କାଢି ଦେଇ
ଫୁଲରେ ଦେବା ସଜାଇ
ଯିଏ ଦେଖି ଦେବ ଆଖି ଲାଖି ଯିବ
ଉଦାହରଣ ହେବଇ ।
ଜୀବନ ପଥଟା ଯେମିତି ବି ହେଉ
ସହାସ୍ୟେ ସ୍ଵୀକାରୀ ନେବା
ମଣିଷ ଜନମ ସାର୍ଥକ ପାଇଁ କି
ସଦା ପ୍ରେରିତ ହୋଇବା ।