STORYMIRROR

Binodini Dash

Inspirational

4  

Binodini Dash

Inspirational

ଆଜିର କାମକୁ ଆଜି ହିଁ କର

ଆଜିର କାମକୁ ଆଜି ହିଁ କର

1 min
346



ମଣିଷର ଜନ୍ମ ମରତ ଭୁବନ

ରଖିବାକୁ ସଦା କରମେ ଧ୍ୟାନ

ଯେଉଁ କରମ କି କରାଇ ପାରିବ

ଜୀବୋନ୍ନତି ପଥରେ ଧାବମାନ ।


ଯେତେବେଳେ ଯେଉଁ ଭାବନା ଜାଗଇ

କାମରେ ତାହାର କରିଲେ ଶେଷ

ନରହି କେବେ ବି ବାକି ଅବଶୋଷ

ମନ ସରବଦା ଲଭେ ସନ୍ତୋଷ ।


ଲାଗେ ନାହିଁ ଆଉ କର୍ମ ବୋଝ ସମ

ଆପଣେଇ ଏହି ସୁନ୍ଦର ପଥ

ଆଗାମୀ କାମ ବି ଅତି ସହଜରେ

ଅଳ୍ପ ସମୟରେ ହୁଏ ସମାପ୍ତ ।


ଏଥିପ୍ରତି ଧ୍ୟାନ ନରଖିଲେ ମନ

ପ୍ରାଣପୀଡା ସଙ୍ଗେ ବି ଧନହାନି

ଭୋଗଇ କେବଳ ଆଳସ୍ୟ ମଣିଷ

ମନର ବୋଲକୁ ସର୍ବଦା ମାନି ।


ମନମାନି କରି ଚଳାଇ ଚାଲଇ

ଯେ ଜୀବନ-ନାବ ଭବ-ଜଳରେ

ଦୁଃଖକଷ୍ଟ ତା'ର ଚିର ସହଚର

ଶରୀର ମନକୁ ଜାବୁଡ଼ି ଧରେ ।


ସେଥିପାଇଁ ନିଜ ଚେତନା ଜଗାଇ

ଆଜିର କାମକୁ ଆଜି ହିଁ କର 

ଦେଖିବ ଜୀବନ ସୁଖରେ ହସିବ

ତରତର ଶବ୍ଦ ହୋଇଣ ଦୂର ।


Rate this content
Log in

Similar oriya poem from Inspirational