STORYMIRROR

Kalandi pal

Inspirational

4  

Kalandi pal

Inspirational

ଅକଳନା ମୋ ଦମ୍

ଅକଳନା ମୋ ଦମ୍

1 min
249


ଏମିତି  ଚିଜ 

ମନରେ ହେଜ

ନୁହଁଇ ଅତି ବଡ

ଆକାର ଛୋଟ 

ଦେଖାଏ ବାଟ

ପକେଟ ମୋର ନିଡ ।।


ଟୋକାଠୁଁ ବୁଢ଼ା 

ଆଦର  ପରା

ମନକୁ ନିଏ ମୋହି

ଏନ୍ତୁଡ଼ି ଶାଳେ 

ବାଳୁତ ଧରେ

ନୋହିଲେ ରନ୍ଥେ ମହି ।।

  

ରଙ୍ଗେଲି ସ୍ବପ୍ନ 

ପ୍ରେମିକା ମନ

ନୂଆ ଦୁନିଆଁ ଦେଖେ

ପ୍ରେମିକା ଠାରୁ 

ମଧୁ  ପ୍ରଣୟ

ଘରେ ଗୁପତେ ଚାଖେ ।।


ବିଦ୍ୟାର୍ଥୀ ଶିଖେ 

ମୋହରି ମୁଖେ

ଜଣା ଅଜଣା କଥା

ଦୂର ବିଦେଶେ 

ସ୍ୱଜନ  ହସେ

ଦେଖି ତା ପିତାମାତା ।।


ପୁରାଣ ଶାସ୍ତ୍ର 

ଅଛି ମୁଖସ୍ଥ

ସବୁ ମୋହରି ମୁଖେ

ଜିଜ୍ଞାସୁ  ପଢେ 

ଜ୍ଞାନ ତା ବଢେ

ବଟମ ଟିପି ଦେଖେ ।।


ଜଗତ ସାରା 

ଖବର ପରା

ସାଇତା ମୋର ଦେହେ

ସର   ବରାହ 

ଅଟେ ମୋ ବଳ

ନୋହିଲେ ସ୍ତାଣୁ ରୁହେ ।।


ଭଲ ମନ୍ଦର 

ଗୁଣ ଅପାର

ଯିଏ ଯା ଖୋଜେ ପାଏ

ଭଲକୁ ଯିଏ 

ଆଦରି ନିଏ

ସିଏ ସୁଖରେ ରହେ ।।


ଅତିରୁ  ଇତି 

କଥାରେ ଅଛି

ବେଶି ଦେଖିଲେ ମୋତେ

ଅଳପ  ଦିନେ 

ଅନ୍ଧୁଣୀ ଯେହ୍ନେ

ଦରାଣ୍ଡି ହୁଏ ପଥେ ।।


ମୋହରି ଶବ୍ଦ 

ଶ୍ରବଣ  ଯନ୍ତ୍ର 

ସଦା ଶୁଣିଲେ କର୍ଣ୍ଣେ

ବଧିର ଦୋଷ 

କରିବ ଗ୍ରାସ

ସଜାଗ ରୁହ ମନେ ।।


ଦେଖୁଛ ମୋତେ 

ଏଡେ  ବକଟେ

ଅକଳନା ମୋ ଦମ୍

ମୋ କୁନି ପେଟ 

ସାରା  ବ୍ରହ୍ମାଣ୍ଡ

କ୍ଷଣେ କରେ ହଜମ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational