ମଣିଷ ଜୀବନ ପାଣି ଫୋଟକା
ମଣିଷ ଜୀବନ ପାଣି ଫୋଟକା
ପାଣି ଫୋଟକାଟି ଦେଖୁଛ କିପରି
ଚାହୁଁ ଚାହୁଁ ଫାଟି ଯାଏ ।
କ୍ଷଣ ଭଙ୍ଗୁର ଏ ମଣିଷ ଜୀବନ
ଦେଖୁ ଦେଖୁ ଚାଲିଯାଏ ।୧।
ଦୁର୍ଲ୍ଲଭ ଜୀବନ ପାଇଛି ମଣିଷ
କେତେ ଜନ୍ମ ତପ ଫଳେ।
ନିଜକୁ ଜାଣିବ ପ୍ରଭୁଙ୍କୁ ଚିହ୍ନିବ
ତରିଯିବ କାଳବଳେ ।୨।
ସହଜ କଥାରେ ବୁଝାଇ କହିଲେ
ପ୍ରଭୁ ଆମରି ଭିତରେ ।
ବସି ରହି କରି କରାଉ ଅଛନ୍ତି
ନିଜେ ନିର୍ଲିପ୍ତ ଭାବରେ ।୩।
ଦର୍ପଣରେ ମଳି ଲାଗି ରହିଥିଲେ
ଦିଶେ କି କେବେ ଲପନ ।
ପ୍ରଭୁ ଆମ ମଧ୍ଯେ ରହିଛି ପରଦା
ମାୟା ବୋଲି ତାକୁ ଘେନ ।୪।
ଚିହ୍ନିଲେ ମାୟାକୁ ହଟିଯାଏ ଦୂରେ
ଆତ୍ମ ଦରଶନ ମିଳେ ।
ଅତ୍ୟନ୍ତ ସହଜ ଅତ୍ୟନ୍ତ ଦୁଷ୍କର
ଏ ଦର୍ଶନ ଧରା
ତଳେ ।୫।
ସକଳ ଜଗତେ ଦେଖ ଆତ୍ମରୂପ
ସ୍ବୟଂ ଆତ୍ମରୂପ ହରି ।
କରୁଛନ୍ତି ଲୀଳା ବିଭିନ୍ନ ରୂପରେ
ନିଜର ସ୍ବରୂପ ଧରି । ୬ ।
ଚାଲିଗଲେ ଥରେ ମଣିଷ ଜୀବନ
ଆଉ କି ଆସିବ ଫେରି ?
ଯାବତ ଶରୀର ରହିଛି ତୁମର
ଯତ୍ନ କର ହେତୁ କରି ।୭।
ଗୀତା ଅଧ୍ୟୟନ ପ୍ରାଣାୟାମ କଲେ
ପୁୁରୁବ ପାତକରାଶି ।
ହଟିିଯିବ ଯେବେ କେବେହେଁ ପାତକ
ଆଉ ନପାରିବ ଗ୍ରାସି ।୮।
ଗଙ୍ଗାଜଳ ସମ ମନ ନିରିମଳ
ଯଦି କରିବ ନିଜର ।
ସ୍ବଧରମେ ରହି ଅତିଥି ଦ୍ବିଜ
ପୂଜନ ନିତିଦିନ କର ।୯।
ଅନ୍ନ କର ଦାନ ନିତି, ନିତି କର
ସାଧୁସଙ୍ଗ ହରିକଥା ।
ଗୃହସ୍ଥ ଧରମ ହୋଇଯିବ ଧନ୍ୟ
ତରିବ ତୁମେ ସର୍ବଥା ।୧୦।