STORYMIRROR

Nrusingha Narayan Tripathy

Inspirational Others

4  

Nrusingha Narayan Tripathy

Inspirational Others

ଅକ୍ଷୟ ହେଉ ପୁଣ୍ୟ ଜଗତେ

ଅକ୍ଷୟ ହେଉ ପୁଣ୍ୟ ଜଗତେ

1 min
330


(ଆଷାଢ଼ ଶୁକ୍ଳ )

ସତ୍ୟେ ପ୍ରହଲ୍ଲାଦ ସତ୍ୟରେ ରହି

ପାଇଲା କଷଣ ଯନ୍ତ୍ରଣା ସହି

ହିରଣ୍ୟ କଶ୍ୟପ ଅଧର୍ମ ସାଥି

କରେ ଅତ୍ୟାଚାର ଦେଖାଇ ଭୀତି

ନୃସିଂହ ଠାକୁରେ

ସ୍ତମ୍ଭରୁ ବାହାରି ହିରଣ୍ୟ ମାରେ ll


ତ୍ରେତୟା ଶ୍ରୀରାମ କୋଦଣ୍ଡ ଧାରୀ

ମାରନ୍ତି ରାବଣ ଯେ ଅଂହକାରୀ

ଅନୀତି କୁନୀତି କରିକି ନାଶ 

ଧର୍ମର ସ୍ଥାପନ  ହୁଏ ପ୍ରକାଶ

ମର୍ଯ୍ୟାଦା ପୁରୁଷ

ନ୍ୟାୟର ସ୍ଥାପନ ଦେଖଇ ବିଶ୍ୱ ll


କଂସ ଅତ୍ୟାଚାର ସହେନି ଧରା

ତ୍ରାହି ତ୍ରାହି ଡାକେ ଯେ ବସୁନ୍ଧରା

ଆକୁଳ ଚିତ୍କାର ଶୁଣି ଶ୍ରୀହରି

ମର୍ତ୍ତ୍ୟକୁ ଆସିଲେ ମୁରଲୀଧାରୀ

ଶ୍ରୀକୃଷ୍ଣ ଦ୍ୱାପରେ

ସ୍ଥାପିଲେ ନ୍ୟାୟକୁ ଧର୍ମ ଦଣ୍ଡିରେ ll


ଯୁଗେ ଯୁଗେ ମିଥ୍ୟା କରେ ବିସ୍ତାର

ସତ୍ୟ ପାଇଥାଏ ପରା ଦୁଃଖର

ଦେଖନ୍ତି ଠାକୁର ପ୍ରତ୍ୟେକ କ୍ଷଣ

ବିଚାର କରନ୍ତି ଧର୍ମରେ ଜାଣ

ଜଗତ ଈଶ୍ୱର

ଆଶିଷ ଦିଅନ୍ତି ସଦା ଧର୍ମର ll


ପ୍ରଭୁ ଜଗନ୍ନାଥ କାଳିଆ ସାଆନ୍ତ

ଶଙ୍ଖକ୍ଷେତ୍ରେ ରହି ଦେଖେ ଜଗତ

ପୁଣ୍ୟଵାନ ଲଭେ ଅସୀମ ଶକ୍ତି

ଅଧର୍ମୀ ପାଅଇ ଶେଷେ ଦୁର୍ଗତି

ଜଗତେ କେବଳ

ଅକ୍ଷୟ ରୁହଇ ଧର୍ମର ଫଳ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational