STORYMIRROR

DILIP KUMAR SAHOO

Comedy

4  

DILIP KUMAR SAHOO

Comedy

ମଧୁର ଘରଣୀ ଗାଳି

ମଧୁର ଘରଣୀ ଗାଳି

1 min
233


 ଭାଇଠାରୁ ବେଶି ଶଳାତ ନିଜର

 ଭଉଣୀଠୁ ଭଲ ଶାଳୀ

 ମାଆ ଗାଳି ଜମା ସହିହୁଏ ନାହିଁ

 ମଧୁର ଘରଣୀ ଗାଳି

 ମାଆ କୁ ତ ବାବୁ ଜବାବ ଦିଅନ୍ତି

 ଘରଣୀ ପାଖରେ ଛେଳି ।

  

 ଭଉଣୀର ମାନ ଭାଇ ଅଭିମାନ

 ପଚାରୁଛି ତାକୁ କିଏ !

 ଶଳା ଶାଳୀଙ୍କର ରାଗ ରୁଷା ଦେଖି

 ହୃଦୟ ତରଳି ଯାଏ

 ଶାଶୁ ଶଶୁରଙ୍କୁ ହେଳା କଲେ ଏଣେ

ସବୁ ସୁଖ ପଡେ ବଳି                  

ଘରଣୀ କାନ୍ଦନ୍ତି ଲୋତକ ଢାଳି

ଘରଣୀ କାନ୍ଦିଲେ ବାବୁଙ୍କ କଲିଜା

ଯାତନା ରେ ଯାଏ ଜଳି ।


ଯେଉଁ ଘର ଯେଉଁ ପରିବାର ପାଇଁ

ବାବୁଙ୍କର ଏଇ ତେଜ

ସେହି ପରିବାର କଥା ଭାବିବାକୁ

ବାବୁଙ୍କୁ ଲାଗୁଛି ଲାଜ

ଶଶୁର ଘରତ ସରଗପୁର ସେ

ଅମରାବତୀଠୁ ବଳି

ପଛେ ନିତି ହେଉଥାଉ କଳି

ଘରଣୀଙ୍କ କଳି ଦେହରତ ମଳି

ମଧୁରୁ ମଧୁର ଗାଳି ।


ଆଜିକାଲି ବାବୁ କହୁତ ନାହାନ୍ତି

ଅମକ ଲୋକର ପୁଅ

ସବୁ ଯାଗାରେ ସେ ଦେଉଛନ୍ତି ଏବେ

ଶଶୁରଙ୍କ ପରିଚୟ

ସକାଳ ସଞ୍ଜରେ ବୋଳି ହୁଅନ୍ତି ସେ

ଶାଶୁଙ୍କର ପାଦଧୂଳି

ନହେଲେ ଘରଣୀ ତ ଦେବେ ଗାଳି

ଗାଳି ସାଙ୍ଗେ ତାଙ୍କ ରାଗ ରୁଷାକୁତ

ସହଜେ ହେବନି ଟାଳି ।


 


  

   


Rate this content
Log in

Similar oriya poem from Comedy