କରନି ଅଣଦେଖା ସାହାରା ଭଦ୍ରମୁଖା
କରନି ଅଣଦେଖା ସାହାରା ଭଦ୍ରମୁଖା


ମୋ'ପରି ନାହାଁନ୍ତି ସଂସାରେ ଭଦ୍ରଲୋକ
ଧଳା କୁରୁତାକୁ ମୋର ଦେଖ
ମୁଖାଟି ମୋହର ଏତେ ଯେ ସୁନ୍ଦର
ଦେଖି, ଜ୍ଞାନୀ ପାଲଟନ୍ତି ମୂର୍ଖ ।
ପାଠସାଠ ମୋର ବେଳସୁଁ ହେଲାନି
ପୋଷୁଛି ମୁଁ ଚାରି ରାଣୀ
ଠକ ଧନ୍ଦା କରି ନ ପୋଷିଲେ ପେଟ
ମରିଯିବି ! ଚାଷୀପରି ହୋଇ ଋଣୀ ।
ଓକିଲ ମନ୍ତିରୀ ଯନ୍ତିରୀ ତନ୍ତିରୀ
ଅମଲା ଶାସନକଳ
ଧଳା ପିନ୍ଧିକରି କଳାରେ ମାତନ୍ତି
ମୁଖା ଦିଶେ ଜଳ ଜଳ ।
ସର୍କାର ଦିଅନ୍ତି ଫାଇଭ୍' ଟି ନାରା
କରିବେ ନିର୍ମଳ ଦୁଇ ପାଦ ଆଗେ ବଢ଼ି
ପି ସି କାରବାର ହାତଗୁଞ୍ଜା ଛାର
ଧରନ୍ତି ଦଣ୍ଡେଇ ଭାକୁଡ଼ ଯାଆନ୍ତି ଉଡ଼ି ।
ଦିଆନିଆ ବେଳେ ସତର୍କ ରହନ୍ତି
କମିଶନ ଆଗେ ପଡ଼ନ୍ତିନି କେହି ଧରା
ପୁଲିସ କଚେରୀ କେତେ କଥା ଅଛି
ତାଙ୍କ ପାଇଁ ନାହିଁ ଧାରା ।
ଅପାଠୁଆ ପୂୂର୍ବେ ଥିଲେ ବେକାର
ପାଠପଢ଼ି ଏବେ ହେଲେ ବେକାର
ନୀତିଶିକ୍ଷାରେ ପେଟ ପୁରୁନି କା'ର
ଭଦ୍ରମୁଖା ହିଁ ଏବେ ସାହାରା ମୋର ।