STORYMIRROR

Pranati Acharya

Comedy Tragedy Classics

4  

Pranati Acharya

Comedy Tragedy Classics

ପରିବର୍ତ୍ତନ

ପରିବର୍ତ୍ତନ

1 min
194


ସମୟ ସ୍ରୋତରେ ସବୁ ତ ବଦଳେ 

ଆଧୁନିକତାର ନାମେ 

ଦୋ ଛକିରେ ଆଜି ମଣିଷ ଜୀବନ 

ସବୁ ବ୍ୟସ୍ତ ନିଜ କାମେ ।। 

ଆଧୁନିକ ପ୍ରେମେ ସଭିଏଁ ବାଇ 

ଗୋଟେ ସମ୍ପର୍କରେ ରହିବା ପାଇଁ 

ନଥାଏ କାହାର ଧର୍ଯ୍ୟ 

ଜନ ସମାଗମେ ଚାଲେ ଖୋଲାଖୋଲି 

ଭାବ ଦିଆନିଆ କାର୍ଯ୍ୟ ।। 

ପ୍ରେମ ବାହାନାରେ ଟୋକା ଭ୍ରମନ୍ତି 

ବାସନାରେ ଥାଏ ମୂଳ ଲକ୍ଷ୍ୟଟି 

ମେଲୋଡିରେ ନଗ୍ନ ନୃତ୍ୟ 

ଯୁବ ସମାଜ ତ ଏସବୁ ଦିଗରେ 

ହେଉଛନ୍ତି ଭାରି ଦକ୍ଷ ।। 

ଅର୍ଧ ନଗ୍ନେ ଆଜି ବୁଲନ୍ତି ସର୍ବେ 

ଆଧୁନିକ ବୋଲି କୁହନ୍ତି ଗର୍ବେ 

ମଦପାଣି ବିନା ଚାଲେନି 

କିଛି ଅଶ୍ଳୀଳ ଗୀତର ସୁଅ ଛୁଟୁଛି 

ଏ ଭିନ୍ନ ଆଧୁନିକତା ।। 

ପରିବର୍ତ୍ତନର ଦ୍ବାହି ଦେଇ 

ସବୁ କହନ୍ତି ମଡର୍ଣ୍ଣ କଥା ।। 

ଓଷା ପରବରେ ଚିତା ପଡେନି 

ନୂଆ ବୋହୂ ଏବେ ଲାଜ କରୁନି 

ସବୁ ତ ବଦଳି ଗଲା 

କହିବାକୁ ଲାଜ ଲାଗୁଛି ମତେ ଯେ 

ଏକି କଳି କାଳ ହେଲା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy