STORYMIRROR

Tankadhar Majhi

Comedy Others

4  

Tankadhar Majhi

Comedy Others

ମୁଁ କ'ଣ ଭୁଲ ଦେଖିଥିଲି !!

ମୁଁ କ'ଣ ଭୁଲ ଦେଖିଥିଲି !!

1 min
39

ମୁଁ କ'ଣ ଭୁଲ ଦେଖିଥିଲି !! 


ବାଷ୍ପ ଭଳି ତୁମ ହସ

ଭାରି ଭଲ ଲାଗେ 

ହେଲେ ତୁମ ଗୋଡ଼ ଦୁଇ

ଛିଣ୍ଡା ଚପଲ ପିନ୍ଧି 

ଛିଡା ହୋଇଥିଲ ଯେ

ମୁଁ କ'ଣ ଭୁଲ ଦେଖିଲି !!


ନିଦ ଅସଳି 

ସ୍ବପ୍ନ ନକଲି

ଗେଣ୍ଡୁ ଫୁଲ ପରି ତୁମେ

ଛଳନା ପାହାଡ଼ ଚଢ଼ି 

ଅଣ୍ଟା ଭାଙ୍ଗୁଥିଲା ଯେ 

ମୁଁ କ'ଣ ଭୁଲ ଦେଖିଥିଲି !!


ମୁକୁଳା ମୁଣ୍ଡ ବାଳ

ବିଗିଡି ବିଛିଡି ପଡିଛି

ତୁମର ନାରୀ ଚରିତ୍ର

ଆଖି ମିଟିମିଟି କରି 

ପ୍ରେମ ପ୍ରେତାତ୍ମା ସାଜି

ଝିଙ୍କାରି ଓଠକୁ ଓଠ

ରକ୍ତ ଶୋଷୁଥିଲା ଯେ

ମୁଁ କ'ଣ ଭୁଲ ଦେଖିଥିଲି !!


ଭିଡ଼ ପରବ ଯାଗାରେ

ଭିଡ଼ି ଧରିଲା ଜଣେ ଗାମୁଛା 

ନାନା ତୁମର ଓଢଣୀ ଥିଲା

ପ୍ରେମ ଚାହାଣୀ ଦେଇ 

ଶକ୍ତ ଚାପୁଡ଼ା ଦେଇଥିଲ ଯେ

ମୋ ନିଦ ଭାଙ୍ଗି ଯାଇଥିଲା । 

ମୁଁ କ'ଣ ଭୁଲ ଦେଖିଥିଲି !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy