STORYMIRROR

Sambit Srikumar

Comedy Others

4  

Sambit Srikumar

Comedy Others

ଚତୁର ବ୍ଯକ୍ତିର ଲକ୍ଷଣମ୍

ଚତୁର ବ୍ଯକ୍ତିର ଲକ୍ଷଣମ୍

1 min
105

ବଚନ ପ୍ରବଳ ଅତ୍ୟନ୍ତ ମଧୁର ତରଳ

ଭାବନା ପଙ୍କିଳ କପଟୀ ଦୁର୍ବୋଧ୍ୟ ଜଟିଳ

ପ୍ରବୃତ୍ତି ଚଞ୍ଚଳ ତିଳେ ହେଁ ନୁହଁଇ ସରଳ

ସ୍ଵଭାବ କୁଟିଳ କରଇ ହରକତ ଅଶ୍ଳୀଳ।


ଶରୀର ପୃଥୁଳ ଛାଡଇ ବିକଟାଳ ହେଣ୍ଟାଳ

ବଦନ ବହଳ କଥା କଥାକେ ନୟନ ସଜ୍ଜଳ

ସ୍ଵରୂପ ଅଟଇ ଛବିଳ ନୀଳ ବର୍ଣ୍ଣ ଶୃଗାଳ

ଭିଆଇ କନ୍ଦଳ ଆନ ମୁହେଁ ବୋଳଇ କଜ୍ଜଳ।


ବସନ ଧବଳ ଲୁଟଇ ଦେଶଜାତିର ସମ୍ବଳ

ହିସାବ ସବଳ ଅଥଚ ବ୍ୟୟରେ ଦୁର୍ବଳ

ଶାସନ କୋହଳ ହାଟବଜାରେ ଚହଳ

ସଞ୍ଜ ସକାଳରେ ସଦା ଢାଳଇ ଗରଳ।


ପରଶ୍ରୀ ଦର୍ଶନେ ହୁଏ ଡହଳ ବିକଳ

ଆନର ସୁଖର ସଂସାରେ ଲଗାଏ ଅନଳ

ଦୁଃଖୀ ରଙ୍କୀ ମୁଖେ ଦିଏ ନାହିଁ ଜଳ

ତଥାପି ବୋଲାଏ ନିଜକୁ ନିଷ୍ପାପ କମଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy