ବରଯାତ୍ରୀ
ବରଯାତ୍ରୀ
ଦାଣ୍ଡ ଦୁଲୁକଇ ଆକାଶ ଚମକଇ
ଭିଡ଼କୁ ଜମେଇ ଯାଉଛି ବର
ବାଜା ରୋଷଣୀ ସଙ୍ଗେ ଆତସବାଜି
ଜମିଛି ନାଚ ଗୀତର ଆସର l
ମୁହଁରେ ବୋଳିଛି ବହଳେ ପାଉଡ଼ର
ଓଠେ ଲାଲ ଲିପଷ୍ଟିକ ଧାର
ଖୋସାରେ ଖୋସିଛି ଗଜରା ମାଳ
ଗଳାରେ ଚକ ମକିଆ ହାର l
ସାଜିଛି ଆଜି ମୁଁ ବରଯାତ୍ରୀ
ଭାରି ଆଜି ମୋର ଖାତର
ଛାତିକୁ ଫୁଲାଇ ବର ସଙ୍ଗତରେ
ଚଳେ ଧରି ଭଳିଭଳି ପଟୁଆର l
ଗରମ ସାଜିଛି ମୋହର ବଇରୀ
ବହେ ଝାଳ ଧାର ଧାର
ତା ସଙ୍ଗେ ବହିଲାଣି ମୋର
ବୋଳି ଥିବା ଧଳା ପାଉଡ଼ର l
ନାଚି ନାଚି ଥକିଲାଣି ପାଦ
ଦିଶେନି କନିଆର ଘର ଦୁଆର
ଭୋକରେ ଦେହ ହେଲାଣି ବେହାଲ
ହୋଇଲାଣି ପରା ରାତି ବାର l
ପହଞ୍ଚିଲୁ ଯେବେ, ସଂଖୋଳି ଆମକୁ
ବସିଲା ବେଦିରେ ବର
ଅବିଳମ୍ବେ ଆମେ ଭୋଜନା ଳୟରେ
ଭୋଜନ ନିମନ୍ତେ ହେଲୁ ହାଜର l
ଆଶା ମୋର ଆଶାରେ ରହିଲା
ଦେଖିଲି ଯେବେ ମୁଁ ପତର
ବେଳ ଗଡ଼ିଲାଣି ସବୁ ଗନ୍ଧିଲାଣି
ସ୍ୱାଦିଷ୍ଟ ଭୋଜନ ସପନ ଦୂର l
