STORYMIRROR

ବି. ନିରୁପମା

Comedy Inspirational Children

4  

ବି. ନିରୁପମା

Comedy Inspirational Children

ହେଲୁ ଭରସା

ହେଲୁ ଭରସା

1 min
381


ବଗୁଲୀ ପାଳୁଛି ଦ୍ଵିତୀୟା ଓଷା

ବତେଇଛି ତାକୁ ଚୁଟିଆ ମୂଷା

ରହିବ ଗୋଟାଏ ଓଳି ଉପାସ 

ଖାଇବନି କିଛି ମାଛ ମାଉଁସ ।


ପୋଖରୀରେ ବୁଡ଼ ପକାଇ ଥରେ

ଗଛ ଚାରିପାଖେ ବୁଲିବ ପରେ

ଏଇଭଳି ପାଞ୍ଚ ପାଳି କରିଵ 

ସେଇଠୁ ବସାକୁ ଯେବେ ଫେରିବ ।


କୁହୁକ ପାତ୍ରଟେ ମିଳିବ ସତେ

ଦେବ ମନଲୋଭା ଖାଦ୍ୟଟି କେତେ

ସେଇ କଥାରେ ତ କରି ବିଶ୍ୱାସ

ବଗୁଲୀ ଚାଲିଛି ପାଳି ଉପାସ ।


ଅସଲ ପ୍ରସଙ୍ଗ ଯେ ଅନ୍ୟ କିଛି

ପୋଖରୀରେ ପାଣି ଅଳପ ଅଛି

ଗେଣ୍ଡା, କଙ୍କଡା ଓ ମାଛକୁ ଧରି

ଖାଇଦିଏ ନିତି ବଗୁଲୀ ମାରି ।


ପୋଖରୀ ହୁଡ଼ାର ଗଛ ମୂଳରେ

ରହିଥାଏ ମୂଷା ଗାତ ଭିତରେ

ସେମାନେ କହିଲେ ମୂଷାକୁ ଦୁଃଖ

ଶୁଣି ସେ ପାଞ୍ଚିଲା ଉପାୟ ଏକ ।


ବଗୁଲୀକୁ ଦେଲା ଏ ପରାମର୍ଶ

ମାଛ ମାନେ ଶୁଣି ଖୁସି ଅବଶ୍ୟ

ନିଶ୍ଚିନ୍ତରେ ଛନ୍ତି ଗେଣ୍ଡା କଙ୍କଡ଼ା

ବର୍ଷାହେଲେ ଦେବେ ପାଣିରେ ବୁଡା ।


ସହଜରେ ତାଙ୍କୁ ବଗୁଲୀ ଆଉ

ଧରିପାରିବନି ଦେଖାଇ ଭାଉ

ବୁଦ୍ଧିକି ତୋହର ସାବାସ ମୂଷା

ବିପଦେ ସାଥୀଙ୍କୁ ହେଲୁ ଭରସା ।


Rate this content
Log in

Similar oriya poem from Comedy