ଜନେ ହସିବେ
ଜନେ ହସିବେ
କୁମ୍ଭାଟୁଆ ଦେଲା ରାବ
କୋଇଲି ମନକୁ ବୁଝାଇ କହୁଛି
ବସନ୍ତ ସାଥେ ମୋ' ଭାବ।
ଏଣ୍ଡୁଅ ବଦଳେ ରଙ୍ଗ
ଖରା ଦିନ ଟାରେ ବେଙ୍ଗ ଥେଇ ଥେଇ
ଭାବିକି ବରଷା ପାଗ ।
ନାଲି ଛନ ଛନ ଶାଗ
କୋଶଳା ଭାବିକି ଖାଡାକୁ ଧରିଲି
ଖାରିଆ ଟା' ନୁହେଁ ବାଗ।
କଖାରୁ ପେଟରେ ମଞ୍ଜି
କୁନ୍ଦୁରି କହୁଛି ତା' ପରିକା ହେବି
ଲୋଡ଼ା ହେଉଥିବି ଭୋଜି।
ସଜନା ଗଛର ଛାଇ
ବିଲୁଆ ଭୋକୁଛି କିଆ ବୁଦା ମୂଳେ
କୁକୁରକୁ ନିଦ ନାହିଁ।
ଖରା ଦିନେ ନିମ ଫୁଲ
କଲରା ମନଟା ଜଳା ପୋଡା ହୁଏ
ଫୁଲ ପ୍ରତି ଦେଖି ଗେଲ ।
ନାଉରୀ ମାରିଲା କାତ
ଗାଇଆଳ ପିଲା ବସିବ ଭାବିଲା
ଖାଇଲା ଗାଈର ନାତ ।
ଘର ଘିଙ୍କି ତ' କୁମ୍ଭୀତ
ପର ଢ଼ିଙ୍କିର ମୁଁ' କି' ଗୁଣ ଗାଇବି
ଚାଉଳ କୁଟୁ ଯାହାର ।
