STORYMIRROR

Sarmistha Palai

Comedy

4  

Sarmistha Palai

Comedy

ଜନେ ହସିବେ

ଜନେ ହସିବେ

1 min
371

କୁମ୍ଭାଟୁଆ ଦେଲା ରାବ

କୋଇଲି ମନକୁ ବୁଝାଇ କହୁଛି

ବସନ୍ତ ସାଥେ ମୋ' ଭାବ।


ଏଣ୍ଡୁଅ ବଦଳେ ରଙ୍ଗ

ଖରା ଦିନ ଟାରେ ବେଙ୍ଗ ଥେଇ ଥେଇ

ଭାବିକି ବରଷା ପାଗ ।


ନାଲି ଛନ ଛନ ଶାଗ

କୋଶଳା ଭାବିକି ଖାଡାକୁ ଧରିଲି

ଖାରିଆ ଟା' ନୁହେଁ ବାଗ।


କଖାରୁ ପେଟରେ ମଞ୍ଜି

କୁନ୍ଦୁରି କହୁଛି ତା' ପରିକା ହେବି

ଲୋଡ଼ା ହେଉଥିବି ଭୋଜି।


ସଜନା ଗଛର ଛାଇ

ବିଲୁଆ ଭୋକୁଛି କିଆ ବୁଦା ମୂଳେ

କୁକୁରକୁ ନିଦ ନାହିଁ।


ଖରା ଦିନେ ନିମ ଫୁଲ

କଲରା ମନଟା ଜଳା ପୋଡା ହୁଏ

ଫୁଲ ପ୍ରତି ଦେଖି ଗେଲ ।


ନାଉରୀ ମାରିଲା କାତ

ଗାଇଆଳ ପିଲା ବସିବ ଭାବିଲା

ଖାଇଲା ଗାଈର ନାତ ।


ଘର ଘିଙ୍କି ତ' କୁମ୍ଭୀତ

ପର ଢ଼ିଙ୍କିର ମୁଁ' କି' ଗୁଣ ଗାଇବି

ଚାଉଳ କୁଟୁ ଯାହାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy