ଜଗତେ ହସିବେ
ଜଗତେ ହସିବେ
ଶୂକରୀ କି' ହେବ ଧେନୁ ଜନନୀ
କାଳ ବୈଶାଖୀ କି' ବରଷା ରାଣୀ
ବିଧର୍ମୀ ମୁଖରେ ମହତ ବାଣୀ
ଜଗତେ ହସିବେ ଦେଖି ତା' ଠାଣି।
ରଜକ ପିନ୍ଧିଲେ କାନ୍ଧେ ପଇତା
ମଥାରେ ଟାଣିଲେ ଚନ୍ଦନ ଚିତା
ମୁଖେ ଉଚ୍ଚାରଣ କରିଲେ ଗୀତା
ହୋଇକି ପାରିବ ବ୍ରାହ୍ମଣ ପିତା।
ଶାରୁ ବୁଦା ଛାଡି ଆମ୍ବ କୋରଡେ
ଦିନ ରାତି ବସି ଯେତେ ସେ' ରଡେ
କାକଳୀ ପରି ସେ' କେବେ ନ' ଉଡେ
ସର୍ପ ଦେଖି ଡରି ତଳକୁ ପଡେ।
ଶ୍ବାନ ପିନ୍ଧେ ଯେବେ ମାଥେ ମୁକୁଟ
ମାନେ ନାହିଁ କେବେ ତାକୁ ଉକୁଟ
ଛାତିକି ଫୁଲାଇ ଦେଲେ ଧମକ
ହୋଇକି ପାରିବ ସିଂହ ଶାବକ।
କହିଲେ ବାଧିବ ଗୁମର କଥା
ଘୁରି ଯିବ ଶୁଣି ତାଙ୍କରି ମଥା
ବିନୟ ବଚନେ କିଣି ମାନ୍ୟତା
ବୋଲାଉଛନ୍ତି ସେ' ଜଗତଜିତା।
ନିମ କି' ପାରିବ ଶାକର ହୋଇ
ମହୁରେ ନିଜକୁ ଯେତେ ବି' ଧୋଇ
ଅସଲ ଗୁଣ ଟା' ଆସିବ ଧାଇଁ
ଥୁକି ପକେଇବେ ମୁହଁ ନ' ଚାହିଁ।
ନିଜକୁ ଭାବନ୍ତି ଭାରି ଚତୁର
କିଆ ବୁଦା ମୂଳେ ଭୋକି ମାତର
ରାତିରେ ଭୋକିକି ଦିନରେ ଚୋର
ହୋଇକି ପାରିବ ରାଜା ଘରର।
