ମଉଳା ଫୁଲ
ମଉଳା ଫୁଲ
1 min
297
ମଉଳା ଫୁଲ ର କିବା ବାସ ଅଛି
ପ୍ରତିଶ୍ରୁତି ଦେବ ତାର ପାଖରେ
ଦୟାର ପାତ୍ରକି ହୋଇକି ପାରିବ
ବାନ୍ଧି ରଖିବକି ଚରଣ ତଳେ ।
କି, ବାସ ଦେବ ମନ ଅଗଣାରେ
ଆଉଜି ରଖିବ ଛାତିରେ ଧରି
କିବା ମନ ତୁମ ପଡିବ ତାପାଇଁ
ଦେଇଥିଲା ସୁଖ ନିଦ୍ରା ଟି ଭରି ।
ମଉଳା ଫୁଲର ରୂପ ର ମାଧୁର୍ଯ୍ୟ
କି,ବା ନାଚୁଥିବ ତୁମ ନୟନେ
ମଉଳାଫୁଲ ର କିବା ମନ ଅଛି
ମନ ମୋହି ଦେବ ଦିନ ତମାମେ।
ମଉଳା ଫୁଲ ର ନିରବତା ପଣେ
ନିରବି ଯାଇଛି ସପନ ତାର
କେବଳ ବାନ୍ଧିଛି ମନକୁ ତାହାର
ଶତ ବାର ନେବ ଜନମ ତାର ll
