ପ୍ରଥମ ଚିଠି
ପ୍ରଥମ ଚିଠି
ପହିଲି ଜୀବନେ ନହୁଲୀ ପ୍ରଣୟେ
ପ୍ରୀତି ସ୍ରୋତ ପ୍ରବାହିତ
ବିଦ୍ୟୁତ୍ ପରାଏ ପ୍ରିୟା ପାଖେ ଧାଏଁ
ମନ ମୋର ଅବିରତ ।
ନବ ରୋମାଞ୍ଚ ରେ ଆବେଗ ତାଡ଼ିତ
ସ୍ବପ୍ନ ସମ୍ଭାବନା ମାନ
ପତ୍ର ଟିଏ ଲେଖି ପ୍ରେରଣ କରନ୍ତି
ଲେଖୁ ଛନ୍ତି ପ୍ରେମୀ ଜନ ।
ନିପଟ ମୂର୍ଖ ମୁଁ ଭାବି ତ ପାରେ ନା
ପାରେ ନାହିଁ କିଛି ଲେଖି
ସପନ ଲହରୀ ଖେଳୁ ଥାଏ କିନ୍ତୁ
ନିତି ମନ ରେ ମୋହରି ।
ସାହିତ୍ୟ ଆସେନା ରଚନା ଲିଖନେ
ପରୀକ୍ଷା ରେ ମିଳେ ଶୁନ
ଭାବିଲି ବହୁତ ପ୍ରଣୟ ପତର
ପ୍ରେରିବି ମୁଁହି କେସନ ।
ଭାବି ଭାବି ଶେଶେ ବୁଦ୍ଧି ଶୁଦ୍ଧି ଦିଶେ
ସାଙ୍ଗ ସାଥି ପିଲାଙ୍କର
ହାତ ରେ ଲେଖାଇ ଦେଲି ମୁଁ ପଠାଇ
ପ୍ରଥମ ଚିଠି ମୋହର ।
ସବୁ ପିଲା ମାନେ କଣ କଣ ସବୁ
ଲେଖୁ ଛନ୍ତି ଜାଣି ବାକୁ
ଲେଖିବା ସମୟେ ପଢିଲି ଜାଣିଲି
ମନ ପ୍ରାଣ ଦେଇ ତାକୁ ।
ବହୁତ ବହୁତ ଭଲ ପାଏ ତୋତେ
ସହିତ ସାଇରି ଗୀତେ
ଆଜେ ବାଜେ କଥା ଗାରେଇ ପକାଇ
ପ୍ରେରନ୍ତି ପ୍ରିୟା ନିକଟେ ।
ଦେଖି ଦେଖି ବହୁ ଶିଖିଲି ତାଙ୍କ ଠୁ
ଶ୍ରେଣୀ ରେ ପଢ଼ିବା ବେଳେ
ଏହା ପରେ ପୁଣି ଅସଂଖ୍ୟ ଚିଠି କୁ
ସାଇରୀ ଗୀତିକା ସୁରେ ।
ପାଠୁଆ ପିଲାଟି କହି କହି ଚାଲେ
ଅପାଠୁଆ ଲେଖେ ହାତେ
ଏହି ପରି ବହୁ ପତର ରୁ ମହୁ
ଝରି ଆସୁ ଥାଏ ସତେ ।
କେତେ କେତେ ଖୁସି ମଉଜ ଭିତରେ
ଗନ୍ଧ ଅତରେ ବୁଡାଇ
ପ୍ରେମିକ ପ୍ରେମିକା ପ୍ରେରଣ କରନ୍ତି
ନିଜର ପ୍ରଥମ ଚିଠି ।
ଷୋଡ଼ଶ ବୟସି ସୁନ୍ଦରୀ ରୂପସୀ
ପରି ଯେ ବହୁ ଉପମା
ପ୍ରତୀକ ଓ ଚିତ୍ର କଳପ ବିଚିତ୍ର
ମଧୁ ମଧୁର ବର୍ଣ୍ଣନା ।
ନାନା ପ୍ରକାର ରେ ଭାବ ନୈବେଦ୍ୟ ରେ
ଭର ପୁର କରି ଥାନ୍ତି
ଅର୍ପଣ କରାନ୍ତି ସାଙ୍ଗ ସାଥୀ ହାତେ
ପ୍ରଥମ ଚିଠି କୁ ଲେଖି ।

