ସ୍ଵାମୀଙ୍କର ବାର୍ଥ ଡେ ପାଟି
ସ୍ଵାମୀଙ୍କର ବାର୍ଥ ଡେ ପାଟି
ରାତି ବାରଟାରେ ନିଦ ଭାଙ୍ଗିଗଲା
ଶୁଣି ଗୋଟେମେଣ୍ଢା ରଡି ,
ଦେଖିଲି ସ୍ଵାମୀ ମୋ କୁଲୁ କୁଲୁ ହୋଇ
ତଳେ ଯାଉଛନ୍ତି ଗଡ଼ି ।
କିସ ହେଲା ଆହେ ମୋ ସ୍ୱାମୀଦେବଙ୍କୁ
ଖଟରୁ ଗଲେ କି ପଡ଼ି,
ହେ ସ୍ୱାମୀ ହେ ସ୍ୱାମୀ ପାଟି କରି କରି
ହୋଅସ ଗଲା ମୋ ଉଡ଼ି ।
ପିଠି ଥାପୁଡାଇ ଦେଲି ମୁଁ ହଲାଇ
କିସ ହେଲା ଆଗୋ କୁହ,
ରାତି ଅଧଟାରେ ବିକଟାଳ ପାଟି
କଲ କାଇଁ କହି ଦିଅ ।
ଆଖି ମଳି ମଳି ସ୍ୱାମୀ ଦେଲେ ଚାହିଁ
କହିଲେ ସ୍ଵପ୍ନ କି ଥିଲା,
କେତେ ବଡ କେକ୍ କାଟିଥିଲି ମୁଁ ଯେ
ସ୍ଵାଦ ଟା ବାକି ରହିଲା ।
ହଇଓ ତମର ହୋଇଲାକି କିସ
କେକ୍ କାଟିଲ କାହିଁ,
ସତରେ ନକାଟି ନିଦରେ କାଟିଲ
ମୋତେ ଟିକେ ଦେଲ ନାହିଁ ।
ମୋ ଆଡ଼କୁ ଚାହିଁ କହିଲେ ଘରଣୀ
ବାଡ଼େ ପାଟି ଥିଲା ମୋର ,
ଖାଇଲା ବେଳକୁ ଡାକୁ ଥିଲ କାଇଁ
ଦେହକୁ ହଲେଇ ମୋର ।
ଖାଇସାରି ପ୍ରିୟେ ପାଟିରେ ତମର
ଦେଇଥାନ୍ତି ଭର୍ତ୍ତିକରି,
ହଲେଇ ଦେବାରୁ ତଳେ ଗଲା ପଡି
ବସିଲନି ଧରି ଜରି ।
ଆଉଥରେ ଚାଲ ସପନ ଦେଖିବା
ମନେଇବା ବାର୍ଥଡ଼େ ପାଟି,
ଏଥିର କେକ୍ ମିଶିକି ଖାଇବା
ଆଙ୍ଗୁଠିକୁ ଚାଟି ଚୁଟି ।
