ସତୀ ସାବିତ୍ରୀ
ସତୀ ସାବିତ୍ରୀ
ଘରଣୀ ମୋହର ଫୋନ୍ କରିଥିଲେ
ଫୋନ ମୁଁ ଉଠାଇ ନାହିଁ,
ରାଗ ଗରଗର ହୋଇ କହିଲେ ଆସି
କି ହୋ.....
ଏ ଯାଏଁ ନିଦ ତମ ଭାଙ୍ଗିନାହିଁ ।
ଆଜି ପରା ଅଟେ ସାବିତ୍ରୀ ବ୍ରୋତ
କରିବି ମୁଁ ଉପବାସ
ବଜାରକୁ ଯାଇ ଶୀଘ୍ର ଆଣିଦିଏ
ସପୁରୀ ଆମ୍ବ ପଣସ ।
ତରବର ହୋଇ ବାହାରି ଗଲି
ଫଳମୂଳ ଆଣିବା ପାଇଁ,
ଆସିଲା ବେଳକୁ ସାବିତ୍ରୀ ମୋହର
ଘରେଜମା ଦେଖାଯାଉ ନାହିଁ ।
ଟେବୁଲ୍ ଉପରେ ଚିଠିଟିଏ ରଖି
କହି ଯାଇଅଛି ସତେ,
ପ୍ରେମିକ ସହିତ ଯାଉଛି ମୁହିଁ
ଖୋଜିବନି ଆଉ ମୋତେ ।
ଦୁଇଦିନ ପୂର୍ବରୁ ମୋ ସହିତ ସେ
ବାହାହୋଇଥିଲା ବେଦିରେ,
ହେଲେ ଆଜି ମୋତେ ଛାଡ଼ି ପଳାଇଛି
ପ୍ରେମିକ ସହିତ ଗାଡ଼ିରେ ।
ଆଉ ଥରେ ମୋର ଫୋନ୍ ଟି ବାଜିଲା
ହେଇ କେଇଂ କେଇଁ ଶବ୍ଦ,
ସପନ ମୋହର ସ୍ଵପ୍ନ ହୋଇଗଲା
ଭାଙ୍ଗିଗଲା ମୋର ନିଦ ।

