ଗରମ
ଗରମ
ଅସହ୍ୟ ହେଉଛି ଗରମ
ଆକାଶରୁ ବରଷେ ନିଆଁ
ଦେହରୁ ବହୁଛି ଝାଳ
ସବୁଠି ଶୁଷ୍କତାର ଧୂଆଁ l
ତୁଷାର୍ତ୍ତ ପାଇଁ ନୀର
ଗ୍ରୀଷ୍ମ ପ୍ରବାହରେ ଅମୃତ
ଶୁଷ୍କ ତରୁଗଣ ବିକଳେ
ଡାକନ୍ତି ଶୁଣ ଆରତ l
ଛଟପଟ ହୁଏ ପ୍ରାଣୀଜଗତ
ପୋଖରୀ ଗାଡ଼ିଆ ଶୁଖେ
ବିଲ ବାଡ଼ି ଫସଲ
ପୋଡି ଝଡିଲାଣି ଦୁଃଖେ l
ଏତେ ହା ହା କାର
ମଧ୍ୟରେ ପ୍ରବାହ କାକର
ହେଉଅଛି ମଧ୍ୟେ ମଧ୍ୟେ
ବହି ଖୋଲୁ ଖୋଲୁ ମୋର l
ବନ୍ଦପାଇଁ ହୁଏ ଡାକରା
ଖୁସି ମନେ ମରେ
ଦେଖେଇ ଆନନ୍ଦ ଧାରା
ମୋତେ ହାତ ଠାରେ l
ପାଠ ପଢ଼ା ଦୂରେ
ଗରମ ଥଣ୍ଡାର ଲୁଚକାଳି
ଖେଳ ଦେଖି ଦେଖି
ଆଶାଫୁଲ ଯାଏ ମଉଳି l
କେତେ ରଙ୍ଗୀନ ବହି
ଯତନେ ମଲାଟ ମାରି
ରଖିଛି ସାଇତି ଥାକେ
ପଢିବାକୁ ଇଚ୍ଛା ମୋହରି l
ବନ୍ଦ ଖୋଲା ଶୁଣି
ମନ ଅଥୟ ଭାରି
କିଏ ସେ ବୁଝିବ
ଏହି ଅସ୍ଥିରତା ଆମରି l
