ଅଜା ଆଈଙ୍କ ଥିଏଟର ଦେଖା
ଅଜା ଆଈଙ୍କ ଥିଏଟର ଦେଖା
ଅତି ସରଧାରେ ଆଇ କୁ ଡାକି
କହିଲେ ଅଜା
ଥିଏ ଟର ଟିକେ ଦେଖିବାକୁ ଗଲେ
ହୁଅନ୍ତା ମଜ୍ଜା
ଲାଜେଇ ଲାଜେଇ କହିଲେ ଆଇ
ବୁଢ଼ୀ କାଳେ ଯିବି ଥିଏଟର ଦେଖି
ସରମ ନାହିଁ
ବାପାଙ୍କ ସାଥିରେ ଯାଇଥିଲି ଦେଖି
ରମାଇ ଗଣ
ବୋଉ ମୋର ଦିନ ସାରା କାନ୍ଦିଲା
ଦେଖି ସୀତା କଷଣ
ନାତିଆ ଟୋକାଟା କେଉଁଠି ଥିଲା
ଆସିଲା ଧାଇଁ
କହିଲା ଆଗରୁ ଟିକେଟ କରି ଦେଇଛି ଆଇ
ସଅଳ ସଅଳ ସଜ ବାଜ ହୋଇ
ବାହାରି ପଡ଼
ଡେରି ହେଲେ ପୁଣି ବଢ଼ି ଯିବ
ଲୋକ ଗହଳି ଭିଡ଼
ଅଜା ଆଈ ଗଲେ ଥିଏଟର ଦେଖି
ସାଥେ ଥିଲା ନାତି ଟୋକା
ଆଇ କହିଲେ ପଛ ବେଞ୍ଚରେ ବସିବି କାଇଁକି
ଆଗରେ ବେଞ୍ଚ ପକା
ଅଜା ଆଈ ଦୁଇ ମନ ମୁନ ଦେଇ
ଦେଖୁ ଥିଲେ ଥିଏ ଟର,
ହିରୋଇନ ଟାକୁ ଖୋଜି ଖୋଜି
ପାହାଡ଼ ଚଢିଲା ହିରୋ
ହିରୋଇନ ଟାର ନାଁ ଧରି ହିରୋ
ଡାକୁ ଥିଲା ଶିରୀ, ଶିରୀ,
ଅଜାଙ୍କ କାନକୁଶୁଭେ ନାହିଁ ଭଲ
ଭାବିଲେ ମାଗୁଛି ସିଢି
ସାଙ୍ଗେ ସାଙ୍ଗେ ଉଠି ହୋଇଗଲେ ଠିଆ
କହିଲେ ନେଉଥା କିଳା
ସାଧାରଣ ଗୋଟେ ଝିଅ ପାଇଁ ପୁଣି
ଏମିତି ହେଲୁ ପାଗଳା,
ଅନ୍ୟ ଲୋକ ସବୁ ଅଜାଙ୍କୁ କହିଲେ
କାହିଁକି କରୁଛ ପାଟି
ବଙ୍କୁଲି ବାଡ଼ିଟି ଉଠାଇ ଅଜା କହିଲେ
ଶଳେ ଙ୍କୁ ଦେବି ପିଟି
ଆଖିରେ ସଭିଏଁ ମଜା ଦେଖୁ ଅଛ
କେହି ଆଣୁ ନାହଁ ସିଢି
ପାହାଡ଼ କୁ କଅଣ ସିଢି ପାଇବ
ଟୋକା ନିଶ୍ଚେ ଯିବ ମରି
ଆଈଙ୍କ ହାତକୁ ଭିଡି ଧରି ଅଜା
ଆସ ହୋ ପଳାଇ ଆସ
ଥିଏଟର କେବେ ଦେଖିବାନି ଆଉ
ହେଇ ଯାଉ ଟୋକା ଶେଷ ।
