STORYMIRROR

Bharati Lenka

Comedy Others

4  

Bharati Lenka

Comedy Others

ଅଜା ଆଈଙ୍କ ଥିଏଟର ଦେଖା

ଅଜା ଆଈଙ୍କ ଥିଏଟର ଦେଖା

1 min
210


ଅତି ସରଧାରେ ଆଇ କୁ ଡାକି

କହିଲେ ଅଜା

ଥିଏ ଟର ଟିକେ ଦେଖିବାକୁ ଗଲେ

ହୁଅନ୍ତା ମଜ୍ଜା

ଲାଜେଇ ଲାଜେଇ କହିଲେ ଆଇ

ବୁଢ଼ୀ କାଳେ ଯିବି ଥିଏଟର ଦେଖି

ସରମ ନାହିଁ

ବାପାଙ୍କ ସାଥିରେ ଯାଇଥିଲି ଦେଖି

ରମାଇ ଗଣ

ବୋଉ ମୋର ଦିନ ସାରା କାନ୍ଦିଲା

ଦେଖି ସୀତା କଷଣ

ନାତିଆ ଟୋକାଟା କେଉଁଠି ଥିଲା

ଆସିଲା ଧାଇଁ

କହିଲା ଆଗରୁ ଟିକେଟ କରି ଦେଇଛି ଆଇ

ସଅଳ ସଅଳ ସଜ ବାଜ ହୋଇ

ବାହାରି ପଡ଼

ଡେରି ହେଲେ ପୁଣି ବଢ଼ି ଯିବ

ଲୋକ ଗହଳି ଭିଡ଼

ଅଜା ଆଈ ଗଲେ ଥିଏଟର ଦେଖି

ସାଥେ ଥିଲା ନାତି ଟୋକା

ଆଇ କହିଲେ ପଛ ବେଞ୍ଚରେ ବସିବି କାଇଁକି

ଆଗରେ ବେଞ୍ଚ ପକା

ଅଜା ଆଈ ଦୁଇ ମନ ମୁନ ଦେଇ

ଦେଖୁ ଥିଲେ ଥିଏ ଟର,

ହିରୋଇନ ଟାକୁ ଖୋଜି ଖୋଜି

ପାହାଡ଼ ଚଢିଲା ହିରୋ

ହିରୋଇନ ଟାର ନାଁ ଧରି ହିରୋ

ଡାକୁ ଥିଲା ଶିରୀ, ଶିରୀ,

ଅଜାଙ୍କ କାନକୁଶୁଭେ ନାହିଁ ଭଲ

ଭାବିଲେ ମାଗୁଛି ସିଢି

ସାଙ୍ଗେ ସାଙ୍ଗେ ଉଠି ହୋଇଗଲେ ଠିଆ

କହିଲେ ନେଉଥା କିଳା

ସାଧାରଣ ଗୋଟେ ଝିଅ ପାଇଁ ପୁଣି

ଏମିତି ହେଲୁ ପାଗଳା,

ଅନ୍ୟ ଲୋକ ସବୁ ଅଜାଙ୍କୁ କହିଲେ

କାହିଁକି କରୁଛ ପାଟି

ବଙ୍କୁଲି ବାଡ଼ିଟି ଉଠାଇ ଅଜା କହିଲେ

ଶଳେ ଙ୍କୁ ଦେବି ପିଟି

ଆଖିରେ ସଭିଏଁ ମଜା ଦେଖୁ ଅଛ

କେହି ଆଣୁ ନାହଁ ସିଢି

ପାହାଡ଼ କୁ କଅଣ ସିଢି ପାଇବ

ଟୋକା ନିଶ୍ଚେ ଯିବ ମରି

ଆଈଙ୍କ ହାତକୁ ଭିଡି ଧରି ଅଜା

ଆସ ହୋ ପଳାଇ ଆସ

ଥିଏଟର କେବେ ଦେଖିବାନି ଆଉ

ହେଇ ଯାଉ ଟୋକା ଶେଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy