STORYMIRROR

Kalpana Kumari Pradhan

Comedy Romance

4  

Kalpana Kumari Pradhan

Comedy Romance

ଫୁଲେଇ ପ୍ରିୟା

ଫୁଲେଇ ପ୍ରିୟା

1 min
361

ସନ୍ଧ୍ୟା ଲଗନେ ଏକ ଉପବନେ

   ଅପେକ୍ଷାରେ ଥିଲି ଯାହାର 

ସମୟ ବିତିଯାଏ ପବନର ତାଳେ

   ଦେଖା ନାହିଁ ଫୁଲେଇ ପ୍ରିୟାର l


କେମିତି କାଟିବି ସମୟ ମନରେ ଭାଳେ

   ସମ୍ମୁଖେ ଦେଖିଲି ଝିଅ ଟିଏ

ନିକଟରୁ ଦେଖି ଜାଣିଗଲି ଅତି ପରିଚିତ

     ପିଉସୀଙ୍କ ଝିଅ ଲୀନା ସିଏ l


ହସି ହସି ମୋପାଖେ ଗଲା ବସି

  ପ୍ରେମିକ ବିଚରା ଗଲା ଫସି

 ସମୟେ ଯଦି ପହଞ୍ଚି ଯାଏ ପ୍ରିୟା

  ସାରା ଉପବନ ଦେବ ନାସି l


ଚିନ୍ତା ମୋର ମନରୁ ଲିଭିବା ଆଗରୁ

  ଉଭା ହେଲା ପ୍ରିୟା ଆସି

ମୁହଁକୁ ଫୁଲେଇ ଓଠକୁ ଚୋବାଇ କହେ

  ଆଜି ପାରିବିନି ତୁମେ ଖସି l


ମିଛ ତୁମ ପ୍ରେମ ମିଛ ପ୍ରତିଶ୍ରୁତି

  ମିଛ ଦେଇଥିବା ସବୁ କଥା

ମିଛଟାରେ କୁହ ମୋ ଛଡା କେହି

 ନାହିଁ ମନରେ ଛୁଇଁ ମଥା l


ହାତଧରି କହେ ରାଗନାହିଁ ଫୁଲେଇ ପ୍ରିୟେ

    ସାନ ଭଉଣୀ ଏ ମୋର

   ସନ୍ଦେହ କରିଣ ଦୂର ମାନି ନିଅ

     ପ୍ରିୟେ 'ମୁଁ ଏକା ତୁମର ' l


Rate this content
Log in

Similar oriya poem from Comedy