STORYMIRROR

Kalandi pal

Comedy

4  

Kalandi pal

Comedy

ସମ୍ପର୍କରେ ମାମୁଁ

ସମ୍ପର୍କରେ ମାମୁଁ

1 min
30


ଅଟେ ମାମୁଁ ଘର ମାଆ ବାପ ଘର

ସ୍ନେହ ମମତାର ସ୍ୱଚ୍ଛ ଝରଣା

ମାମୁଁ ଡାକଟିଏ ମଧୁରିଆ ଲାଗେ

ମାଆ ଡାକଠାରୁ ଟିକିଏ ଉଣା ।।


ପିଲା ଦିନୁ ଶୁଣେ ନାନା ବାୟା ଗୀତ

ମାମୁଁ ଘର ଗୀତ ମନୁ ଭୁଲେନା

ମାମୁଁରେ ମାମୁଁରେ କେତେ ମାମୁଁ ଏଠି

ସଭିଙ୍କର ନୁହେଁ ଏକା ଠିକଣା ।।


ମାଆଙ୍କର ଭାଇ ନିଜ ମାମୁଁ ସେହି

ରକତ ସମ୍ପର୍କ କେବେ କଟେନା

ମାମୁଁଙ୍କ ଆକଟ ମୋ ସୁନା ମୁକୁଟ

ପିନ୍ଧିଛି ମୁଣ୍ଡେ ମୁଁ କାଢି ପାରେନା ।।


ନୁହେଁ ବାଘ ମାମୁଁ କାହା ମା ଭାଇ

ସଭିଙ୍କର ପୁଣି ସେ ମାମୁଁ ସିନା

ବାପା ଡାକେ ମାମୁଁ ପୁଅ ଡାକେ ମାମୁଁ

କେମିତି ସମ୍ପର୍କ ଜାଣି ପାରେନା ।।


ଆକାଶେ ଚନ୍ଦ୍ରମା ସଭିଙ୍କର ମାମୁଁ

କେଉଁ କାଳୁ ତାର ଗୋଟେ ଠିକଣା

ପୃଥିବୀ ମାଆର ଭାଇ ବୋଲି ସିଏ

ଜଗତ ଦେଇଛି ମାମୁଁ ତାର ନା ।।


କହନ୍ତି ଜେଏଲ ଅଟେ ମାମୁଁ ଘର

ସମ୍ପର୍କରେ ମାମୁଁ ପୋଲିସ ସିନା

ଭଣଜାଙ୍କୁ ମିଠା ଦେବା ବଦଳରେ

ଚଖାନ୍ତି ପିଠିରେ ଲାଠି ଚାଖଣା ।।


ପରଖି ଦେଖିଲି ମାମୁଁ ଭିନ୍ନ ଭିନ୍ନ

ସଭିଙ୍କୁ ଆଉ ତୁ ମାମୁଁ କହନା

ରକତ ସମ୍ପର୍କ ଏକା ମାମୁଁ ଡାକ

ଅଲଗାରେ ଆଉ ମନ ବଳାନା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy