STORYMIRROR

Kalpana Kumari Pradhan

Comedy Inspirational Children

4  

Kalpana Kumari Pradhan

Comedy Inspirational Children

ଗରମ ଆଳୁଚପ

ଗରମ ଆଳୁଚପ

1 min
246

ରିଙ୍କୁ ଟିଙ୍କୁ ଦୁହେଁ ଭାରି ଚଗଲା

    କରନ୍ତି ଝଗଡା ନିତି

ଘରେ ବାହାରେ ସବୁଠି ପ୍ରଳୟ

   ଏମିତି ଦୁହିଁଙ୍କ ମତି l


ଛୋଟ ଛୋଟ କଥାରେ କଥା କଟାକଟି

    ଆଉ ଯେ ହାତାହାତି

ଦିନ ସରେନା ନ ହେଲେ ଥରେ

   ରିଙ୍କୁ ଟିଙ୍କୁ ଧସ୍ତାଧସ୍ତି l


ମା ତାଙ୍କରି ବ୍ୟଥିତ ହୁଅନ୍ତି ଦେଖି

    ଏକି ବିପରୀତ ରୀତି 

ଦୁଇ ଭାଇ ହୋଇ ନିଇତି ଝଗଡା

    ହଜିଛି ସେନହ ପ୍ରୀତି l


ମା କରିଲେଣି ଗରମ ଗରମ ଅଳୁଚପ

   ବରଷା ପଡୁଛି ଝିପିଝିପି 

  ରିଙ୍କୁ ଟିଙ୍କୁ କରିଲେ ଉପାୟ ଏକ 

    ଖାଇବେ ଚୁପି ଚୁପି l


ଡାକ ଦେଲେ ମା 'ବାପା ଙ୍କୁ

  ଝଅଟ ବସ ଆସି

ଗରମ ଚପ ହୋଇଯିବ ଥଣ୍ଡା ପୁଣି 

  ଟେବୁଲ ଉପରେ ଅଛି l


ରିଙ୍କୁ ଟିଙ୍କୁ ଦୁହେଁ ଆସିଲେ ଶୁଣି 

  ପାଟିରେ ଦେଲେ ପୁରାଇ

ଜିଭ ଜଳିଗଲା ଗରମରେ ତାଙ୍କ ଛାଡିଲେ

    ରଡି ଦୁଇ ଭାଇ l


କହିଲେ ବୁଝାଇ ମା ଶୁଣ ପିଲେ

  ମିଳିମିଶି ଖାଇଲେ ଆନନ୍ଦ

ନଥାଏ ତ କଳି ଗୋଳେ କେବେ

  ରଖ ହୃଦେ ସଦଭାବ l

  


Rate this content
Log in

Similar oriya poem from Comedy