ଅଜାଙ୍କ ମଟର ଖିଆ
ଅଜାଙ୍କ ମଟର ଖିଆ
ଆଈ ଯାଇଥିଲେ ଖମାର ହାଟ
କିଣିଲେ ଶୁଖୁଆ, କରଡ, ବୁଟ।
ପୋଟଳ , ବିଲାତି ରେଟେ ଦେଖି
ଚାଲି ଆସିଲେ ମୁହଁ କୁ ଜାକି ।
ଦେଖିଲେ ଆଈ ଭଜା ମଟର
କିଣି ଆଣିଲେ ଦଶ ଟଙ୍କାର।
ଅଜାଙ୍କର ଦାନ୍ତ ହଲିଲାଣି
ସେଥିପାଇଁ ସେଉ, କଦଳୀ କିଣି।
ଘରକୁ ଆସିଲେ ଟେମ୍ପୁରେ ବସି
ମନ ଆଜି ତାଙ୍କ ବହୁତ ଖୁସି ।
ଆଈଙ୍କର ପ୍ରିୟ ମଟର ଭଜା
ଖାଇକରି ଆଈ କରିବେ ମଜା।
ଅଜାଙ୍କୁ ମଟର ନ ଦେଖେଇ
ଲୁଚେଇଲେ ଆଈ ପେଡିରେ ନେଇ ।
କାଳେ ଅଜା ଖାଇଦେବେ ମଟର
ଦାନ୍ତ ସବୁ ଭାଙ୍ଗି ଯିବ ବୁଢ଼ାର।
ଆଈ ପଳେଇଲେ ନଈ କୁ ଗାଧି
ପଇସା ଖୋଜିବା ଅଜାଙ୍କ ବୁଦ୍ଧି।
ଆଈ ଦିଅନ୍ତନି କିଛି ପଇସା
ସେପାଇଁକି ଅଜା ଖୋଜିଲେ ଏକା।
ପେଡ଼ିରେ ଖୁଜୁଣୁ ମିଳେ ମଟର
ଅଜା କହିଲେ ବୁଢ଼ୀ ଟାଉଟର।
ମତେ ଲୁଚେଇକି ଏକା ଖାଉଛି
ଖାଇଦେବି ଆଜି ହାତେ ପଡ଼ିଛି।
ଏଇ କଥା କହି ମୁଠେ ମଟର
ପାଟିରେ ଚୁଣ୍ଟି ଦେଲେ ତାଙ୍କର।
କଡମଡ କରି ଚବିଲା ବେଳେ
ଦାନ୍ତ ସବୁ ପଡ଼ି ଗଲା ଯେ ତଳେ ।
ଆଈ ଆସି ସେଠି ପହଞ୍ଚି ଗଲେ
ଅଜାଙ୍କ ପାଟି ରେ ରକ୍ତ ଦେଖିଲେ।
ଗୋଟେ ବି ରହିନି ଆଉ ଯେ ଦାନ୍ତ
ଭାବନ୍ତି ସିଏ ଖାଇବେ କେମନ୍ତ।
ଆଈ କହିଲେ ଲୋଭ କରିଲ
ସବୁ ଦାନ୍ତ ଜାକ ନିଜେ ଭାଙ୍ଗିଲ ।
ନକଲି ଦାନ୍ତ ଲଗାଇ ଗଲେ
ମଟର ଖାଇବା ଅଜା ଭୁଲିଲେ
