STORYMIRROR

Santosh Kumar Nayak

Abstract Comedy Others

4  

Santosh Kumar Nayak

Abstract Comedy Others

ଶବ୍ଦ ଚୋରି

ଶବ୍ଦ ଚୋରି

1 min
39


ଅଧୁରା ରହିଛି କବିତା ଲେଖା ମୋ

କିଏ କଲା ଶବ୍ଦ ଚୋରି? 

ଖୋଜି ଖୋଜି ମୁହିଁ ନୟାନ୍ତ ହେଲିଣି

ଚୋର କୁ ପାରୁନି ଧରି।

କାହାକୁ ଦେବି ମୁଁ ଦୋଷ?

ଚାରିମାସ ହେଲା କରୋନା ଭୟରେ

କେହି ମାଡିନାହିଁ ପାଶ ।


ସପନରେ ଜଣେ ସୁନ୍ଦରୀ ଆସୁଛି

ଝାପସା ଦିଶୁଛି ମୁହଁ,

ଛୁଇଁବାକୁ ଗଲେ ଦଉଡି ଯାଉଛି

ଯେମିତି ନଦୀର ସୁଅ ;

ପାରୁନାହିଁ ଧରି ତାକୁ,

ସେଇ ଯେ ନିଶ୍ଚୟ ଶବଦ ଚୋରଣୀ

ଡର ଲାଗେ କହିବାକୁ ।


ଗାଆଁ ଶେଷ ମୁଣ୍ଡ କୁଡିଆରେ ରହେ

ଚଗଲି ଝାମ୍ପୁରି ମୁଣ୍ଡି, 

ନିଇତି ଯାଉଛି ଆମ ଘର ଦେଇ

ଧରି କାଖେ ପାଣି ହାଣ୍ଡି;

କଣେଇ କଣେଇ ଚାହେଁ,

ସିଏ ନେଇନାହିଁ ଶବଦ କୁ ବୋଲି

କହି କି ପାରିବ କିଏ?


ଆର ଗାଆଁ ଝିଅ କନକଲତା ତା'

ଚମ୍ପା ଫୁଲ ପରି ରଙ୍ଗ,

ଦେଖିଦେଲେ ତାକୁ ବିଜୁଳି ମାରଇ

ବଦଳି ଯାଏ ତା' ଢଙ୍ଗ ;

କଥା କହେ ଚୁପିଚୁପି,

ତା ନାଆଁରେ ମୁହିଁ ଅଭିଯୋଗ କଲେ

କାହିଁକି ହୋଇବି ପାପୀ?


ଯିଏ ଯାହା କହୁ ଛାଡ଼ିବିନି ଜମା

ରିପୋଟ ଲେଖିବି ଯାଇ,

ଥାନା ବାବୁ ପାଶେ ଗୁହାରୀ କରିବି 

ଚୋରକୁ ଧରିବା ପାଇଁ ;

ସନ୍ଦେହ ଯେ ତିନି ଏଇ, 

ଅଧୁରା କବିତା ଶେଷ ମୁଁ କରିବି

ଶବଦ ମିଳିଲେ ଯାଇ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract