STORYMIRROR

KRUTIBAS NAYAK

Comedy Inspirational

4  

KRUTIBAS NAYAK

Comedy Inspirational

ଚିତ୍ର ଚରିତ-26 : ବ୍ୟଙ୍ଗକବିତା :ରାବଣର ଉତ୍ତରାଧିକାରୀ

ଚିତ୍ର ଚରିତ-26 : ବ୍ୟଙ୍ଗକବିତା :ରାବଣର ଉତ୍ତରାଧିକାରୀ

1 min
180


ପୁଅ ପଚାରିଲା-ଜେଜେଙ୍କ ମୁଖାଗ୍ନି ତୁମେ ଦେଉଥିଲା କିଆଁ ?

କହିଲି-ପୁଅ ମୁଁ ସେହି ଅଧିକାରେ ଦେଇଥିଲି ମୁଖେ ନିଆଁ |


ମନେ ରଖିଥିଲା ଉତ୍ତରାଧିକାରୀ ଯେ, ମୁଖାଗ୍ନି ସେ ଦେଇପାରେ,

ରାବଣ ବଂଶର ଉତ୍ତରାଧିକାରୀ କିଏ ପଚାରିଲା ଥରେ |


କହି ପାରିଲିନି ନିରବ ରହିଲି, କହିଲା-ଚାହିଁ ମୋ ମୁହଁ,

ରାବଣ ପୋଡ଼ିରେ ତାଙ୍କୁ ମୁଁ ଦେଖିଲି, ତୁମେ ତାଙ୍କୁ ଚିହ୍ନି ନାହଁ ?


ରାବଣ ପୋଡ଼ିର ଆୟୋଜକ ଆଉ ମୁଖାଗ୍ନି ଦିଅନ୍ତି ଯିଏ,

ଏତେ ଆଗ୍ରହରେ ନିଆଁ ଯେ ଲଗାଏ ଉତ୍ତରାଧିକାରୀ ତ ସିଏ |


ଜାଣିଲି ମୋ ପୁଅ ଚଲାକ ହେଲାଣି ବୁଝିଛି ମରମ କଥା,

ସଂସ୍କୃତିକୁ ଯିଏ ବିକୃତ କରନ୍ତି ଆମପାଇଁ ମୁଣ୍ଡବ୍ୟଥା |



Rate this content
Log in

Similar oriya poem from Comedy