ଭଣ୍ଡା ଗଛରେ ଭେଣ୍ଡି
ଭଣ୍ଡା ଗଛରେ ଭେଣ୍ଡି
ଭଣ୍ଡା ଗଛରେ ଭେଣ୍ଡି
ସଂକ୍ରମଣ ବଢି କୋରନା ହାରିବ
କହିଲେ ଡାକ୍ତର କୁଣ୍ଡି ।
ପିମ୍ପୁଡି ନାକରେ ଦଣ୍ଡି
ଓଷଧ ବଦଳେ ରୋଗୀ ସୁସ୍ଥ ହେଲେ
ଖାଇକି ମସଲା ଗୁଣ୍ଡି ।
ନେତା ହୁଅନ୍ତି ଦରାଣ୍ଡି
ପୋଲିସ୍ ବାଇନ ଝୁମୁଚି ଗୀତରେ
ମୁହଁରେ ନ'ଦେଇ ତୁଣ୍ଡି ।
ରାଜନୀତି ଗାଦି ମଣ୍ଡି
ମୁଣ୍ଡିଆ ଶାସକ ଗାଣ୍ଡିଆ ବୁଦ୍ଧିରେ
ଡାଲି ଦେଇ ମାରେ ହେଣ୍ଡି ।
ବଢିଲାଣି ପାପ ହାଣ୍ଡି
ଅମ୍ପାନ ପଛରେ ଫଙ୍ଗପାଳ ଧରି
ଉଠିଲେ ମଶାଣି ଚଣ୍ଡୀ ।