STORYMIRROR

Panchanan Jena

Abstract Comedy

4  

Panchanan Jena

Abstract Comedy

ଦୁହିତା

ଦୁହିତା

1 min
70

ଚେପେଟା ନାକିଆ  ଭାରି ବେହିଆ

            ରସ ଝରିପଡ଼େ ଦେଖିଲେ ନୂଆ

ଶୁଆ ନାକିଆ  ଦିଶେ ଅବାଗିଆ

            ମଭକା ମିଳିଲେ ହୁଏ ବାଇଆ ।୧। 

ବ୍ରଣ ନାକିଆ ସେ ମଉନ ମୁଁହା

            ମନେ ମାରିଛି ପ୍ରେମ ଅତର

ଖଣ୍ଡା ନାକିଆ ଗୁପତ କୁହା

          ରଖନ୍ତି ଗୁପ୍ତ ଛିଦ୍ର ଖବର ।୨।

ଗେଣ୍ଡା ନାକିଆ ମୁଁହ ଟାଣୁଆ

       ଅସନା କଥାର ଗୁପତ ପେଡ଼ି

ବେଙ୍ଗ ନାକିଆ ପେତା କାଳିଆ

        ସାଙ୍ଗ ମେଳିରେ କହଇ ଚଢ଼ି ।୩।

ସିଙ୍ଘାଣୀ ନାକ   କହଇ ବାଙ୍କ

      ଚୋରା ଚାହାଣୀ ହାଣେ ହୃଦୟ

ନାକ କାନ୍ଦୁରା   ଭାରୀ ଚତୁରା

        ଏକା ମିଳିଲେ କରୁଛି ଭୟ । ୪ ।

ନାକ ଛିଞ୍ଚାଡ଼ା   ପୂରା ବେଜେଡ଼ା

       ରସରେ ଭରା ନୂଆ ଗାଗରା

ନାକ ନିଶୁଆ  ମାନେ ବଢିଆ

      ପେଟ ଫୁଲିଛି ପୁଣି ବାଙ୍ଗରା ।୫।

ଫମ୍ପା ନାକିଆ ଲାଗେ ଫୁଟାଣିଆ

       ବଡ଼ ଚାକିରୀ ଧୋଇ ଖାଇବ

ଗୋଜି ନାକିଆ ମହା କଞ୍ଜୁସିଆ

       ଆଖି ଆଖିରେ ଚାଟି ପକେଇବ । ୬ ।

ବଙ୍କା ନାକିଆ ଲମ୍ବା ନାୟକ

        ଲାଜୁଆ ମୁଁହରେ ମାନୁଛି ଭାରି

ନେପାଳି ନାକିଆ ପେତି ମୁଁହିଁଆ

      ବନ୍ଧା ଦେହକୁ ଛୋଟ ଖପୁରୀ । ୭ ।

ଗୁଣା ନାକେଇ ନାନୀ ଫୁଲେଇ 

       କହିଲେ ଖୁଣ ଆଖି ନଚେଇ

ସିଧା ନାକେଇ ଭାଇଜ ଦେଈ

       କହନ୍ତି ଖାଲି ମୁଁହ ଵଙ୍କେଇ । ୮।

ନାକ ଫୁଲିଆ ବଉଳ ରାଣୀ

       ଦୋଷ ବକନ୍ତି ବାଟୁଳି ବାଣୀ 

ନାକ ନଚେଇ ସାଂଗ ବୈଦେହୀ

      ଚୁମ୍ ଟେ ହାତ ଆଖିରେ କାଣୀ । ୯।

କେଉଁ ପୁଅକୁ ହେବି ମୁଁ ବାହା

      ତିରିଶ ଗଲେଣି ପଇସା ସ୍ଵାହା

ବାପା ରାଗନ୍ତି ମା' କାନ୍ଦେ ବାହୁନି

       ଲଗ୍ନ ଏ ସନ ହେଉନି ସାହା । ୧୦ ।

ନାକ ଛାଡି ତୁ ଦେଖ୍ ଆଖିକୁ

       ଆଖିର ଭାଷାକୁ ନେ ଉତାରୀ

ମନ ମନ୍ଦିରେ ବାଜିବ ଘଣ୍ଟି

      ମିଳିବ ତୋତେ ତୋ ଶ୍ରୀହରୀ । ୧୧ ।

କରେ।ନା କାଳେ ବାହା ହେଇଯା

      ଖର୍ଚ୍ଚ ବେକାର ରୋକିପାରିବୁ

ବନ୍ଧୁ ବାନ୍ଧବ ଜ୍ଞାତି କୁଟୁମ୍ବ

       ମୁଁହ ଫୁଲେଇ ଦୂରେଇ ଦେବୁ । ୧୨ ।

ନାକ ରଖିବୁ ବାପା ବୋଉର

       ନାକକାନ୍ଦୁରୀ ମୋ ଜଗତଜିତା

ନାକେଦମ୍ ର ଅଛିଣ୍ଡା ଖିଅ

    ମାନିଯା ମୋ ସୁନାନାକୀ ଦୁହିତା । ୧୩ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract