STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ମୋ ଘରେ ହେରାପଞ୍ଚମୀ

ମୋ ଘରେ ହେରାପଞ୍ଚମୀ

1 min
332

ଲକ୍ଷ୍ମୀ ଭାଙ୍ଗିଦେଲେ ରଥ କାଠ ସିନା

   ଜଗା ସାଙ୍ଗେ ନ ନେବାରୁ 

 କିନ୍ତୁ ଘରଣୀ ମୋ ବାଇକି‌ ଭାଙ୍ଗିଛି

   ଜାଣନ୍ତି କି କାରଣରୁ?


ଜଗନ୍ନାଥଙ୍କର ସେଠି ଯା ଅବସ୍ଥା 

   ମୋର ବି ସେଇ ଅବସ୍ଥା 

ତାଙ୍କର ସେଠାରେ ସିନା ରଥଯାତ୍ରା 

   ଆମର ନାଟ ତାମସା।


ହେରାପଞ୍ଚମୀରେ ଲକ୍ଷ୍ମୀ ରୋଷକଲେ

   କାଳିଆଙ୍କୁ ଗାଳିକଲେ 

କିନ୍ତୁ ମୋ ଘରଣୀ ହୁରି ପକେଇକି 

   ଇଜ୍ଜତ ମୋହର ସାରେ।


କି ପାଇଁ ତା' ରାଗ ପଞ୍ଚମକୁ ଚଢେ

   ଆଜି ହେରାପଞ୍ଚମୀରେ 

ମୋ ଚୌଦ ପୁରୁଷ ଉଦ୍ଧାର ହୁଅନ୍ତି

   ଘରଣୀ ଗାଳି ବର୍ଷାରେ।   

 

ରଥଯାତ୍ରା ଦେଖି ଯିବାପାଇଁ ଯଦି

   ଯିଦି ଧରିଲା ସେଦିନ 

ଝିପିଝିପି ବର୍ଷା ଲାଗି ରହିବାରୁ

   କଲି ମୁଁ ତାକୁ ବାରଣ।


କେନ୍ଦରା‌ପଡାରେ କାମ ଅଛି କହି

   ଯଦି ମୁଁ ବାହାରି ଗଲି 

ଅବଶ୍ୟ ସେ ରଙ୍ଗ ନୂଆବୋଉକୁ ମୁଁ

   ସାଥିରେ ମୋ ନେଇଥିଲି।


ଯଦି ସିଏ ମୋର ବାଇକିରେ ବସି

   ରଥଯାତ୍ରା ଦେଖି ଗଲା 

କୋଉ ବେଦ ଏଠି ଅଶୁଦ୍ଧ ହୋଇଲା

   ଲାଗିଛି ମୋ ଘରେ ପାଲା?


ତା' ଲାଗି ମୋହର ବଳ କି କମିଲା

  ନା ବେଶୀ ପେଟ୍ରୋଲ ପୋଡିଲା 

ମାନୁଛି ଗୁପ୍‌ଚୁପ୍ ଚାଟ୍ ଚାଉମିନ୍

  ଯାହା ମୋଠୁଁ ଖାଇଥିଲା।


ହେଇ ହେଇକିରି‌ ବଡଦାଣ୍ଡେ‌ ଯଦି

  ତା' ହାତକୁ ଧରିଥିଲି 

ସେ ସବୁ ଶୁକୁଟି କେମିତି ଜାଣିଲା

  ଭାବି ଆଶ୍ଚର୍ଯ୍ୟ ମୁଁ ହେଲି।


ରଘୁ ଭାଇ ଗୁଜୁରାଟରେ ରହୁଛି

  ଘରେ ନୂଆ ବୋଉ ଏକା 

ତା' ଦୁଃଖସୁଖରେ ଭଲମନ୍ଦ ବେଳେ

  କରେ ଟିକେ ତାକୁ ଦେଖା।


ମାଇପି‌ ଲୋକକୁ ସାହାଯ୍ୟ କରିବା

  ମୋହର କି ଭୁଲ୍ ହେଲା 

ଯେଉଁଥି ପାଇଁକି ମୋ ଘରେ ଶୁକୁଟି 

  ନିତି ଲଗେଇଛି ପାଲା?


ସନ୍ଦେହ ମୋ ହୁଏ ଏ ସବୁ ସମ୍ଵାଦ

  ଯିଏ ତାକୁ ଜଣ‌ଉଛି 

ସିଏ ବୋଧେ ମୋର ଶୁକୁଟି ସହିତ 

  ଭାବ କିଛି ଲଗେଇଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy