ଶ୍ରାବଣୀ
ଶ୍ରାବଣୀ
1 min
248
ଶ୍ରାବଣୀ ଗୋ ତୁମେ ଫେରାଇ ଦେବ କି
ବରଷାରେ ଭିଜା ମୋ ପିଲାଦିନ
ପଚର ପଚର କାଦୁଅ ପାଦକୁ
ବୋଉ ହାତେ ଥିବ ମୋହରି କାନ ।
ସେ କାନାଧରାରେ ମିଛର ଯନ୍ତ୍ରଣା
ଲୁଚିଯାଏ ତାର ପଣତ ତଳେ
ଛନ୍ଦିପଡେ ବୋଉ ହାତେ ଛାଡେ ନାହିଁ
ଭୟ ତାର ପଡିଯିବି ମୁଁ କାଳେ ।
ଝୁପରୁ ଝୁପୁରୁ ମେଘରେ ବତୁରା
ବାଳରେ ପଣତ କାନି
ଝାଡିଦେଉଥାଏ ପୋଛି ପାଛି ଦେଇ
ନ ହେଉ ନାକେ ଶିଂଘାଣି ।
ରସୁଣ ଦି ଗୁଳା ସୋରିଷ ତେଲରେ
ଫୁଟେଇ ଗୋଡଉ ଥାଏ
ନିଦେ ଶୋଇଗଲେ ପାଦରେ ମାଲିସି
ବୋଉ ମୋର କରୁଥାଏ ।
ତତଲା ଭାତକୁ ଗୁଆଘିଅ ଲୁଣ
ବରଷାରେ ଦିଏ ଖୁଆଇ
ଅମୃତ ମଣୋହୀ ତା ହାତ ପରଶ
ଦେବୁ ଶ୍ରାବଣୀ କି ଫେରାଇ ।
