STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ରସଗୋଲା ଓ ରସାବଳି

ରସଗୋଲା ଓ ରସାବଳି

1 min
318

ରସଗୋଲା ରସାବଳି ଉପାଖ୍ୟାନ

     ଶୁଣ ଆହେ ବିଜ୍ଞଜନ‌,

ରସଗୋଲା ଦେଇ ପ୍ରଭୁ ଲକ୍ଷ୍ମୀଙ୍କର

     ମାନ କରିବେ ଭଞ୍ଜନ।


ତେଣୁ ରସଗୋଲା ଚାତର‌ ଦେଖାଇ

     କହୁଛି ତା' ବଡ଼ପଣ,

ଦୁନିଆଁରେ କେହି ନାହିଁ ପୁଣି ଭାଇ

    ମୋ ସମାନ ଭାଗ୍ୟବାନ।


ପ୍ରାୟଲୋକମାନେଶରଧାରେ ମୋତେ

    ମିଠା ବୋଲି ଡାକିଥାନ୍ତି,

ପ୍ରତି ଶୁଭ କାର୍ଯ୍ୟେ‌ ମିଠାଦୋକାନରୁ

    ମୋତେ ଖୋଜି ଆଣୁଥାନ୍ତି।


ପୁଅଟିଏ ହେଲେ ମିଠା ବଣ୍ଟା ବଣ୍ଟି

    ମାଟ୍ରିକ ପାଶ୍‌ରେ ମିଠା,

ଚାକିରୀ କାହାର ଯଦି ହୋଇଗଲା

    ବାଣ୍ଟିବାକୁ ପଡେ ମିଠା।


ଜନମ‌ ଦିନରେ ମିଠା ପିଠା ବଣ୍ଟା

    ମୁହଁଚୁହାଁ ବେଳେ ମିଠା,

ରାକ୍ଷୀ ବାନ୍ଧିଦେଇ ଭ‌ଉଣୀଟି ଭାଇ

    ପାଟିରେ ଦେଉଛି ମିଠା।


କୁଣିଆ ମ‌ଇତ୍ର ଘରେ ଗଲେ ପୁଣି

    ଖୋଜା ହୋଇଥାଏ ମିଠା,

ବାହାଘର ବେଳେ ଆଗ ମିଠାଲୋଡା

    କୋକେଇ ଉଠିଲେ ମିଠା।


ଏମିତି ଯେତେକ ଖୁସିର ମୁହୂର୍ତ୍ତେ

    ଆବଶ୍ୟକ ହୁଏ ମିଠା,

ବନ୍ଧୁତା ବଢାଏ ମିଠା ମାତ୍ର ମିଠା

    ବିନା ମନ ହୁଏ ଖଟା।


ଏହି ରସଗୋଲା ପାଇଁ ହେଲା ପାଲା

    ଓଡ଼ିଆ ବଙ୍ଗାଳୀ ମଧ୍ୟେ,

ଶେଷେ ହେଲା କଥା ଓଡ଼ିଶାର ମିଠା

     ପୁରାଣର ଅନୁଭବେ।


ରଥଯାତ୍ରା ଶେଷ ନିଳାଦ୍ରୀ ବିଜୟ

     ପ୍ରଭୁ ଫେରିବେ ଘରକୁ,

ସରାଗରେ ପୁଣି ସାଥେ ଆଣିଛନ୍ତି

     ଏହି ମିଠା ପୁଡିଆକୁ।


ମିଠାର ଏମିତି ଆକର୍ଷଣ ଅଛି

      କ୍ରୋଧ କରିପାରେ ଶାନ୍ତ,

ତେଣୁ ମିଠାଖାଇ ଲକ୍ଷ୍ମୀ ହେବେବାଇ

      ଖୋଲିବେ ନିଶ୍ଚେ କବାଟ।


ରସଗୋଲା କଥା ଶୁଣି ରସାବଳି

      କହୁଅଛି ଏହି ବାଣି,

ତୋ ପ୍ରଭୁ ରସିକମଣି ବେଣୁପାଣି

      ମୋ ପ୍ରଭୁ ସେ ହଳପାଣି।


ବଡଭାଇଙ୍କର ପ୍ରିୟ ଯେଣୁ ମୁହିଁ

      ତୁମର ଯେ ବଡ ଭାଇ,

ଆମକୁ ଆଦର ଯେତେ ଯିଏ କଲେ

      ମନେ ଗର୍ବ ଆଣ ନାହିଁ।


ରସାବଳି ଖିଆ ତୁଳସୀ ରସିଆ

      ତୁଳସୀ କ୍ଷେତ୍ରାଧିପତି‌,

ଭାରି ସୁଆଦିଆ ରସାବଳି ଭୋଗ

      ଜଗତଜନେ ବାଣ୍ଟନ୍ତି।


କେନ୍ଦରାପଡ଼ାର ରସାବଳି ଆଉ 

     ପୋଟଳି ପିଠାର ଭୋଗ,

ଯିଏ ସେ ଖାଇଛି ତା' ପାଇଁ ରହିଛି

     ନିଶ୍ଚେ ବ‌ଇକୁଣ୍ଠ ଯୋଗ।


ରସାବଳି ଠାରେ ନିଜସ୍ଵ ମାନ୍ୟତା

     ଲଗେଇବେ ସରକାର ,

ଆମେ ଦୁହେଁ ପରା ଭାଗ୍ୟବାନ ଯେଣୁ

     ପ୍ରସାଦ ଠାକୁରଙ୍କର। 


ରସଗୋଲା ଆଉ ରସାବଳି ଠାରେ

     ଯେଉଁ ରସ ଅଛି ଭରି,

ସେହି ରସ ଏହି ଦୁନିଆଁ ଭିତରେ

     ପ୍ରଭୁ ରଖିଛନ୍ତି ଭରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy