STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ମୋ ରାଣ ମୋତେ ଭଲପାଅ

ମୋ ରାଣ ମୋତେ ଭଲପାଅ

1 min
295

   (ରମ୍ୟ ରଚନା)

ହେ ମୋର ପ୍ରିୟ ଧନ୍ୟବାଦ ରଙ୍କ

   କବି ଓ ପ୍ରିୟ ଲେଖକ 

ଖାସ୍ ଧନ୍ୟବାଦ ପାଇଁ ଚାଲେ ଆମ

   ଲେଖନୀଟି ଅବିରତ।


ନଖାଇ ନ ପିଇ ଆଣ୍ଠେଇ ପେଟେଇ 

   କବିତା ଭାବି ଲେଖୁଛେ 

ମଶା ଗୁଡାଙ୍କୁ ହେ ତାଜା ରକ୍ତଗୁଡା 

   ଜାଣିଶୁଣି ପିଆଉଛେ।


ଯେବେ ମେସେଜଟା‌ ଆସିଯାଏ କାହିଁ

   ଛାତି ଧଡ୍‌କିନା ହୁଏ 

ଏଣ୍ଟାୟାର ବଡ଼ିରେ ଆମର କାହିଁକି

   ଶିହରଣ ଖେଳିଯାଏ।


ଭାବିବାକୁ ପଡେ ଆସିଲା କି ବୋଧେ

   ମୋର ଧନ୍ୟବାଦଟିଏ 

ସ୍ଥାନ କାଳ ପାତ୍ର ମାନୁଛି ବା କିଏ

   ସେଠି ଗାଡ଼ି ଠିଆ ହୁଏ।


ଉଚ୍ଛନ୍ନ ମନରେ ଗ୍ରୁପ୍‌ ଅନ୍ଵେଷଣ

   କରିବାକୁ ସେଠି ହୁଏ 

ଯଦି ହଁ ଭଲ ନ ହେଲେ ଏ ମନ

  ଭଦ୍ରାମୀକୁ ଭୁଲିଯାଏ।


ଏ ବେପାରୀ ଭାଇ ଧନ୍ୟବାଦ ରେଟ୍

  ଦେଲେଣି ଏବେ ବଢେଇ 

ଚାରିଟା ଶୁଭେଚ୍ଛା ବଦଳରେ‌ ଗୋଟେ

  ଧନ୍ୟବାଦ ମିଳୁନାହିଁ।


ତାଳିଟିର ଦାମ୍ ହାଇଚାର୍ଯ ଏଠି

  ଓ୍ଵେଲକମ୍ କୋଉ ଶସ୍ତା 

ଅଭିନନ୍ଦନଟା ମିଳିବାକୁ ହେଲେ

   ଯାଚିବାକୁ ହେବ ମିଠା।


ସମ୍ବର୍ଦ୍ଧନା ପାଇଁ ଆଗରୁ ରେଏଟ‌

   ଫାଇନାଲ ହୋଇଯାଏ 

ମାନପତରକୁ‌ ଫେସବୁକ୍‌ରେ ଛାଡ଼ି 

   ପ୍ରଶଂସା ନେବାକୁ ହୁଏ।


ଯାଦୁଆ ଯେମିତି ଯାଦୁ କୁଣ୍ଡେଇକି‌

   ନିଜ ଗଲୁ ମାରିଥାଏ 

ମୁଁ ବି ସେମିତି କବିତାଟି ଲେଖି

   ମୋ ନିଶା ଛଡେଇଦିଏ।


ଏଇ ଲେଖା ଲାଗି ଘରେ ମୋର ନିତି

   ଠିଆ ପାଲା ଲାଗୁଅଛି‌ 

ଘରଣୀ ମୋହର ଚାମର‌ ଭଳିଆ

   ଛାଞ୍ଚୁଣି ବି ଉଠଉଛି।


ମାଗି କ‌ଇଲାଣ‌ ଯାଚି‌ ଓଳଗିର

   କେଉଁ ଲାଭ ଭାଇ ଅଛି 

ମୋ ରାଣ ମୋତେ ଭଲପାଅ ଆଜ୍ଞା

   କେତେ ଯଥାର୍ଥ ଏ ଉକ୍ତି?


ସମସ୍ତେ କହନ୍ତି ହରିବୋଲ ଭାଇ

   ହରି କିଏ ବୋଲୁଥାଏ 

ଚାକୁଳେଇ‌ ଚା' ପିଉଥାଏ କିଏ

   କ୍ଷୀରି କେ ହାମ୍ପୁଡି ଖାଏ।


ହାମ୍ପୁଡିଲା ବୋଲି ତାକୁ କ'ଣ ଆମେ

   ପଙ୍ଗତୁ‌ ଉଠେଇ ଦେବା 

ନା ଜାତିଆଣା ପ୍ରୀତି ତା' ଠାରେ ନ ରଖି

   ଏକଘରିଆ‌ କରିବା?


ଯା' ହେଉ କିଏ ଦି' ଧାଡି ଲେଖନ୍ତି

   କିଛି ତ ସମୟ ଦେଇ 

ତାଙ୍କୁ କ'ଣ ଆମେ ଆଜିକା ବେଳର

   କବିଟି କହିବା ନାହିଁ?


ଯିଏ ପାରେ ଭାବି ସିଏ ହୁଏ କବି

  ଲେଖେ ଦୁଇ ଧାଡ଼ି ଯଦି 

ପ୍ରଶଂସା ଟିକିଏ ପାଇବାକୁ ଭାଇ

  ଧରିବାନି କେବେ ଯିଦି।


ଆମେ ବି ଟିକିଏ ଧନ୍ୟବାଦ ଦେଲେ

  ଆମର କି ଊଣା ହେବ 

ବରଂ ଯେ ଲେଖନ୍ତି ପ୍ରେରଣା ପାଇବେ

  ତାଙ୍କ ଉତ୍ସାହ ବଢ଼ିବ।


ପ୍ରତିଭା ପଛରେ ରହିଛି ସମ୍ମାନ

  ଆପେ ଆପେ ମିଳିଥାଏ 

ସମ୍ମାନ ପଛରେ ପଡିଗଲେ ଆଜ୍ଞା

  ପ୍ରତିଭାର କ୍ଷୟ ହୁଏ।


ସାହିତ୍ୟ ସାଧନା ସାରସ୍ଵତ ସିନା

  ମା' ବୀଣାପାଣିଙ୍କ ଦୟା 

କେବେ ଭାବିବନି ନିଜସ୍ଵ ପ୍ରତିଭା

  ମାୟାରେ ହୋଇବା ବାୟା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy