STORYMIRROR

BISWESWAR MAJHI

Abstract Comedy Tragedy

3  

BISWESWAR MAJHI

Abstract Comedy Tragedy

କରୋନା ହାଲଚାଲ

କରୋନା ହାଲଚାଲ

2 mins
249


ନାନା ପରକାର ମେସେଜ୍ ବୁଲୁଛି ପୃଥିବୀ ହୋଇବ ଧ୍ୱଂସ

କରୋନା ନୁହେଁ ସେ କୋକୁଆ ଡାକୁଛି ଘରୁ ବାହାରକୁ ଆସ। 

ସୁନି ବୋଉ ସୁନେଇଲୋ ଘରୁ ବାହାରକୁ ଆସ।


ଚାଇନା ବିଶ୍ୱରେ ଅଗ୍ରଣୀ ହେବାକୁ କରୁଥିଲା ଜୈବ ଅସ୍ତ୍ର

ଫାଟି ପଡିଲା ସେ ୟୁହାନ ସହରେ ଚାଇନା ହେଲା ନିବସ୍ତ୍ର। 

ପୁନା ବାପା ପାଣୁଆ ହେ ଚାଇନା ହେଲା ନିବସ୍ତ୍ର।


ଜଗନ୍ନାଥ କାଳେ ସପନେ କହିଲେ ପୁରୀର ବଡପଣ୍ଡାକୁ 

ସାତଟି ତୁଳସୀ ନାମ ଧରି ଖାଅ ଡର ନାହିଁ କରୋନାକୁ ।

ଗୁରି ବୋଉ ଗୁରେଇଲୋ ଡର ନାହିଁ କରୋନାକୁ ।


ଥଣ୍ଡା ଦେଶ ମାନେ ଆଧୁନିକ ବୋଲି ଗର୍ବ କରୁଥିଲେ କେତେ

କରୋନା ଆତଙ୍କେ ଅସହାୟ ହୋଇ ମରନ୍ତି ପତଙ୍ଗ ମତେ ।

ଟୁରା ବାପା ଡହରା ହେ ବାପା ମରନ୍ତି ପତଙ୍ଗ ମତେ ।


ଭାରତ ଆମର ଗୀରିଷମ ଦେଶ ଦୃଢେ ହେଲା ଆଗୁସାର

ଏକୋଇଶ ଦିନ ଲକଡ୍ ଡାଉନରେ ଘରେ ବସି ହୋନ୍ତି ବୋର। 

କାଳୁ ବୋଉ କଳେଇଲୋ ଘରେ ବସି ହୋନ୍ତି ବୋର।


ଅତି ଆବଶ୍ୟକ ଦ୍ରବ୍ୟ କିଣିବାକୁ ବଜାର ଯିବା ବାହାନା

ମଦୁଆ ଲୁଚେଇ ମଦ କିଣେ ପିଠି ପୁଲିସର ଛାପାଖାନା ।

ବାନା ବାପା ବାସ୍ତେରାରେ ପୁଲିସର ଛାପାଖାନା ।


ପରିବା ସଉଦା ଦୋକାନ ଆଗରେ ମୁଣ୍ଡୁଳି ହୋଇଛି କଟା

ସାମାଜିକ ଦୂର ବଜାୟ ନରଖି ଲୋକେ ହୋନ୍ତି ହଟହଟା ।

ପେତି ବୋଉ ପିତେଇଲୋ ଲୋକେ ହୋନ୍ତି ହଟହଟା ।


ପୁଲିସ୍ ମାତିଛି ଘୈଲା ବାଘ ପରି ଗୋଡାଇ ଗୋଡାଇ ପିଟେ 

ପିଠିରେ ବାନ୍ଧିଥା ପାପୋଛ ଯୋଡେ ନୋଳା ଯେପରି ନଫାଟେ।

ବଇ ବାପା ଚଇଁଆ ହେ ନୋଳା ଯେପରି ନଫାଟେ।


ଗରିବ ଗରୁବା ଗାଇ ଗୋରୁ କେତେ ଖାଦ୍ୟ ବିନା ହାହାକାର

ମଣିଷ ପଣିଆ ମରି ନାହିଁ ସ୍ୱେଛାସେବୀ ବାଣ୍ଟନ୍ତି ଆହାର ।

ମିଠି ବୋଉ ମିଠେଇଲୋ ବୁଲି ବାଣ୍ଟନ୍ତି ଆହାର ।


ଘରେ ବସି କାହିଁ ମନ ଦୁଃଖ କର ଘରକୁ ଗଢିବା ଚାଲ

ଯୋଗ ପ୍ରାଣାୟାମ ପ୍ରାର୍ଥନା ସଙ୍ଗତ ନ ହୋଇବ କଲବଲ ।

ଚାନ୍ଦ ବାପା ଚନ୍ଦୁରା ହେ ନ ହୋଇବ କଲବଲ ।


କେନ୍ଦ୍ର ରାଜ୍ୟ ସାଥେ କମ୍ପାନୀ ମାଲିକ ସାହାଯ୍ୟ ହାତ ବଢାଇ

ମିଳି ମିଶି ଆମେ ଲଢେଇ କରିବା କରୋନା ଯିବ ପଳେଇ। 

ସୁକି ବୋଉ ସୁଉକିଲୋ କରୋନା ଯିବ ପଳେଇ।


ସରକାର ସବୁ ସାହାଯ୍ୟ ଦିଅନ୍ତି କହୁଛନ୍ତି ହାତ ଯୋଡି

ଘରେ ବସି ରୁହ ଏକୋଇଶ ଦିନ ହୁଅନାହିଁ ଭିଡିମୋଡି ।

ଗେଲି ବାପା ଗାଲୁଆରେ ହୁଅନାହିଁ ଭିଡିମୋଡି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract