STORYMIRROR

Kali Kumar

Comedy

3  

Kali Kumar

Comedy

OFF ବେଳେ ON

OFF ବେଳେ ON

2 mins
215

ଶିକ୍ଷା ମନ୍ତ୍ରଣାଳୟରୁ ଆସିଛି ନିର୍ଦ୍ଦେଶ

ଏବେ ଶିକ୍ଷା ବ୍ୟବସ୍ଥାରେ ହେବ ପରିବର୍ତ୍ତନ

କମିବ ପାଠ୍ୟକ୍ରମ, ପାଠ୍ୟ ଓ ପଠନ

ତା' ସାଙ୍ଗକୁ କମିବ ଶିକ୍ଷା ବର୍ଷ ଡ୍ୟୁରେସନ

ଆଉ କ୍ଲାସ୍ ଅଫ୍ ବଦଳେ ହେବ ଅନ (୨)

ଯିଏ ନ ମାନିବ ଏହି ପରିବର୍ତ୍ତନ

ତାଙ୍କର ନାହିଁ ଏଠି ପ୍ରୟୋଜନ

ଅବା ଏଗନେଷ୍ଟରେ ତାଙ୍କ

ହେବ ଶକ୍ତ କାର୍ଯ୍ୟାନୁଷ୍ଠାନ;

କିଛି ବ୍ୟତିକ୍ରମର ନାହିଁ ଏଠି ସ୍ଥାନ

ନିର୍ଦ୍ଦେଶ !

କ୍ଲାସ୍ ଏବେ ଅଫ୍ ବଦଳେ ହେବ ଅନ ? (୨)

ତେଣୁ !

ଶୁଭ୍ର ବାଳାକାଶେ, ଉଡ଼ା ଛପର ତଳେ

ଏବେ ଉଆଁସୀ ଉଦିଆ ଜହ୍ନ

ଚିନ୍ତା !

ଏଇ , ଅଫ୍ ବେଳରେ କ୍ଲାସ୍ କିମିତି କରିବେ ଅନ ? (୨)

ଆରେ ଭାଇ !

ପୌଢତାରେ କ'ଣ ସମ୍ଭବ ସେସବୁ

ଯାହା ଦେଇ ପାରେ କିଶୋର କିମ୍ବା ଯଉବନ

ଫୁର୍ତ୍ତି ଅଙ୍ଗରେ, ପୁଣି ଦୁଷ୍ଟ ,ଚଞ୍ଚଳ ମନ

ଭାଲେଣି !

ଏଇ , ଅଫ୍ ବେଳରେ କ୍ଲାସ୍ କିମିତି କରିବେ ଅନ ? (୨)

ଯାହି ତାହି କରି ଢୋଳେଇ ମୂଳେଇ ଠକେଇ ମକେଇ

ବିତି ଯାଇଥିଲା ଷାଠିଏରୁ ଉଣା ଏକ ସନ

ଆଉ କେଇଟା ବା ଥିଲା ଦିନ

କହିଲ ଦେଖି !

ଏଇ , ଅଫ୍ କାଳରେ କ୍ଲାସ୍ କିମିତି କରିବେ ଅନ ?

ହୋଇ ହୋ ମନ୍ତ୍ରୀ !

ତୁମେ ମନ୍ତ୍ରୀ, ନା ସୁଖ ନ ସହି ପାରିବା ମେସିନ

କିଆଁ ଲୋଡ଼ା ତୁମ୍ଭକୁ ଏହି ବୁଢ଼ାଧୁଡାଙ୍କଠୁ ପରିବର୍ତ୍ତନ ?

ଯାହା କରିବାର ଅଛି ଚେଞ୍ଜ୍ ଚାଞ୍ଜ୍

ଆମ ସମୟ ପୂର୍ତ୍ତି ପରେ କର

ଭାଇ ! ଏ ଆଉଟ୍ ଡେଟେଡ଼୍ ଙ୍କୁ ମାଫ୍ କର

କେଉଁ ଦୋଷେ ତୁମ୍ଭେ ଆଡ଼ କରି ଦେଲ

ଆମ ପାଇଁ କୃପାସିନ୍ଧୁ ତୁମ ନୟନ

ସତେ କି ସମ୍ଭବ ?

ଏଇ , ଅଫ୍ କାଳରେ କ୍ଲାସ୍ ଅନ !

ଶୈଶବ ଗଲା,

କିଶୋର ଗଲା,

ଗଲା ପୁଣି ଯଉବନ

ଏବେ ପୁଣି ଖାଲି ବାକି ପଡ଼ିଆଛି ନିଷ୍କ୍ରିୟ ଅପରାହ୍ନ

କେମିତି ଭାବୁଛ ସମ୍ଭବ ହୋଇବ

ଏଇ ,ଅଫ୍ କାଳରେ କ୍ଲାସ୍ ଅନ !

କିଛି ନ ବୁଝି, କିଛି ନ ବିଚାରି,

ଯୋଜନା ଉପରେ ଯୋଜନାର ଉତ୍ଥାନ ।।

ଆରେ ! ଆମେ ତ ହେଲୁ ଅସିଆ କାଳର ମସିହା

ଆମର ସାଥି ଯେ ୧୨୦୦ ମଡେଲ ନୋକିଆ

ଆମେ ନୁହଁ ଏହି ଡିଜିଟାଲ ପାଇଁ ଫିଟ୍

ପୁଣି ଏଣ୍ଡ୍ରୋଏଡ ସେଟର ଟଚ ସ୍କ୍ରିନ୍ ଖିଟ୍ ପିଟ୍

ଗୋଟିଏ ଚିପିଲେ ଅନ୍ୟ କିଛି ଯାଏ ଚିପି

କିଏ ବା ସମ୍ଭାଳେ ଟଚ ସ୍କ୍ରିନ୍ କୁ ପୁଣି

ପି. ଟି. ଉଷା ପରି କ୍ଷଣିକେ ଯୋଜନ ମାରୁଛି ଗତି

ସାଙ୍ଗକୁ ଅକ୍ଷରର ନାହିଁ ନ ଥିଲା ଡିଜାଇନ

ଭାଲେଣି !

ଏଇ , ଅଫ୍ ବେଳରେ କ୍ଲାସ୍ କେମିତି କରିବେ ଅନ ? (୨)

ପରିଶେଷେ, ଚିନ୍ତା ପରିହରି

ମୁଣ୍ଡେ ହାତକୁ ମାରି

ନିରାଶା ଓ ହତାଶାକୁ ଆଶ୍ରା କରି

ହୋଇଣ ନାଚାର

କରିଲେ ବିଚାର

କରି ପାରେ ମେଣ୍ଢା ପଲେ

ସିଂହ ଛୁଆ ଘର

ହୋଇ ପାରେ

ତିନି ତୁଣ୍ଡେ ଛେଳି ଯେ କୁକୁର

କିନ୍ତୁ ଏହି ଅନ୍ କଥାକୁ ଅଫ୍ ବେଳରେ

ଆମଠୁ ଆଶା ନ କର, ଆମଠୁ ଆଶା ନ କର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy