ଲୁହ
ଲୁହ
ବର୍ଷାଭିଜା ଜ୍ୟୋସ୍ନା ତାତିରେ
ଧଳାଶାଢୀ ପିନ୍ଧି ମୋ ଦୁଃଖସବୁ
ଆଜି ଭିଜୁଥାନ୍ତି ବିରହର
ମିଠା ଶୀହରଣରେ ଖୁବ୍
ଦୀର୍ଘ ସମୟର ଏକ ଛୋଟରାତିରେ ,
ହେଲେ ଇଛା ସବୁ ମୋର
ଆଖିରେ ପଟିବାନ୍ଧି ଭୋଗୁଥାଏ
ଅସହାୟ ବାଦଲ ଛାତିର ଲମ୍ବା ନିଃଶ୍ବାସ ।
ତୁହା ତୁହା ଘନଉଥିବା ମେଘର
ପାଟିରୁ ଶୁଣାଯାଏ ! ପ୍ରିୟ ଛଳନାର
ମିଠା ଶବ୍ଦ.......!!
ଆଜି ଯେମିତି ସେ ଖୋଜି ହୁଏ
ବର୍ଷାଭିଜା ମୋ ଅଳସୀଦୁଃଖ ଦେହରୁ
ନିଦୁଆ ହଳଦୀ ଛାଡିବାର ଅସ୍ତିତ୍ବ ,
ଆଉ ବର୍ଷାଭିଜା ଓଠ ତଳୁ
ସେଇ ଛୋଟ କଳାଜାଇର ବିଶ୍ବାସ ।
ହେଲେ ସେ ଶବ୍ଦ !
ଦଲକାଏ ପବନରେ ମନ ପାଖରୁ ଯାଇ
ଆପେ ଆପେ ପିଟିହୁଏ ସେଇ
ଛଳନାର ଝର୍କା ପାଖରେ !
ଚମକି ଉଠେ ଏବେ
ପ୍ରେମିକା ମନ ତଳର ଛୋଟ ଡର ,
ଚୁପ୍ କି ମଥାରେ ଆସ୍ତେ ଆସ୍ତେ
କୁଞ୍ଚିହୁଏ କାହା
ଅଇଁଠାରେ ଭିଜି ଥିବା ନୀଳ ଚିହ୍ନ,
ଦୁଇ ଟୋପା ଲୁହ ବର୍ଷା
ଏବେ ଚିକମିକ ଦିଶିଥାଏ
ଆଉ ଇର୍ଷା କରେ ଶ୍ରାବଣ , ଜହ୍ନ ଜ୍ୟୋସ୍ନାରେ !!
ଏ ଲୁହ ଏମିତି
ଭିଜଉଥାଉ ଦୁଃଖର ସତ୍ତାକୁ
ସବୁବେଳେ ତା ଇଛା ରେ
ବର୍ଷାଭିଜା ଜହ୍ନ ରାତିରେ .......!!
କାରଣ ଏ ଲୁହ ହିଁ ଜାଣିଛି
ଦିନେ କାହା ଆଖି ଲୁହର ସ୍ବାଦ କେମିତି!?..
ମୋ ଓଠ ଛୁଇଁ ଆଜି ବି ଲାଗିଛି ମୋ ଦେହରେ ,
ବିଶ୍ବାସର ବିଛଣାରେ ଆଉ ଏ କୋହସ୍ନାତା ମନରେ !!