STORYMIRROR

Nirlipta sethi

Abstract Romance

4  

Nirlipta sethi

Abstract Romance

ଅଦୃଶ୍ୟ ପ୍ରଜାପତି

ଅଦୃଶ୍ୟ ପ୍ରଜାପତି

1 min
231

ଯଦି କେବେ ଅନ୍ଧାରରେ ଦିନେ 

ସମୟ ଆମ ଇଛାବର୍ତ୍ତୀ ହେଇପାରନ୍ତା !

ତମେ ମୋର ଆଉ ମୁଁ 

ତୁମର ହେଇ କିଛି କ୍ଷଣ ପୁଣି 

ଆଉ ଗୋଟେ ଅଧିକ ଥର ମୁଁ 

ତୁମ ପ୍ରେମରେ ପଡିପାରନ୍ତି !

ତା'ହେଲେ ମୁଁ ସମୟକୁ ସେଇଠି ହିଁ

ଷ୍ଟପୱ୍ବାଚ୍ ର ଥୁକୁଲ୍ ପକେଇ ଦିଅନ୍ତି 


ସମୟକୁ ବଶ କରି 

ତୁମକୁ ମୋ ପ୍ରେମରେ 

ଆଉ ଗୋଟେ ଥର; ହେଉ ପଛେ

କ୍ଷଣିକ ! ମୋ ନିଃଶ୍ବାସ ର

ମହକରେ ତୁମକୁ ଜାବୁଡି ଧରନ୍ତି 


ମୋର ଯେତକ ଅଭିମାନ, 

ରାଗ, ଦୁଃଖ ଆଉ ବିରହ କୁ 

ବନ୍ଦ ଘଣ୍ଟା ର

ଘଣ୍ଟା କଣ୍ଟା ଆଉ ମିନିଟ୍ କଣ୍ଟା କରି 

ତୁମ ଛାତିରେ ଲଟକେଇ ଦେଇ

ତୁମ ସ୍ପନ୍ଦନର ଅନୁରାଗ କୁ 

ଖୁବ୍ ଭିଜିଲାପଣରେ ଶୁଣନ୍ତି 


ତୁମ ପ୍ରେମିକ ପଣିଆର ହୃଦୟ

ଏତେ ନରମ ଆଉ ମିଠା ବୋଲି

ଜାଣି ବି !ତୁମ ସହ ପୁଣି ଟିକେ 

ଛଳନା ର ଖେଳ ଲାଗି ;

ତୁମକୁ ପୁଣି ମୋ ମିଛମିଶା ଆଖିର 

ପ୍ରେମରେ ହଜିବାକୁ 

ତୁମକୁ ଆଖି ଦେଖେଇ 

ବାଟ ବତାନ୍ତି 


ଏ ସନ୍ଦେହୀ ଆଖିରେ 

ପୁଣି ନିଜକୁ ତୁମେ ଝାସ ଦେଇ

କେତେ ଆହତ ବୋଲି !ପ୍ରଶ୍ନ କରି

ମୁଁ ତୁମ କ୍ଷତକୁ ଖୁବ୍ ମୋ

ହଜିଲା ଆଖିରେ ତୁମ ଆଖିଦେଇ

ପ୍ରେମିକାର ମନନେଇ 

ପୁଣି ବାଟବଣା କରିବାର ଛଳରେ

ତା'କୁ ଖୋଜି ବୁଲନ୍ତି 


ନ ପାଇବାର ବାହାନାକୁ 

ତୁମ ହାତରେ ଧରେଇ;

ସମୟର ଥୁକୁଲ୍ କୁ 

ମୁକୁଳେଇ ମୁଁ ଫିଙ୍ଗିଦିଅନ୍ତି 

ପବନରେ ଦୂରକୁ ଦୂରକୁ 

ଆହୁରି ଦୂରକୁ !


ଆଉ ତୁମେ 

ସେ ମୁହୂର୍ତ୍ତର ଶେଷ ଚୁମ୍ବନଟେ 

ମୋଠୁ ନେଇ ଅଦୃଶ୍ୟ ପ୍ରଜାପତି ପରି

ଉଭେଇ ଯାଆନ୍ତ ,

ମୁଁ ପୁଣି ସେଇ ଅନ୍ଧାରର

ଲାଜ ଲାଜ ହଜିଲା ମୁହଁ,

ଭିଜିଲା ଫୁଲର ମନ ନେଇ 

ପୁଣି ଆଉ ଏକ ଅପେକ୍ଷା

କରନ୍ତି ତୁମକୁ ।



Rate this content
Log in

Similar oriya poem from Abstract