ଫଗୁଣ
ଫଗୁଣ
ଫଗୁଣ କୋଉ ଗୋଟେ ପ୍ରେୟସୀ ପାଇଁ ଫଗୁର ଆସର
ଫଗୁଣ ପୁଣି ଗୋଟେ ପ୍ରେୟସୀ ଆଖିରେ ସ୍ମୃତିର ଜୁଆର ।
ଫଗୁଣ ଆଗନ୍ତେ ମହୁଲ ଡାଳ ମଳୟରେ ମୁରୁକି ହସେ
ବିଦାୟୀ ଫଗୁଣେ ଶେଷ କୃଷ୍ଣଚୂଡା ଲୁଚି ଲୁଚି କାନ୍ଦେ ।
ଫଗୁଣ ହସକୁରୀ କୋଇଲିର ମିଠା ସମ୍ମୋହନ
ଫଗୁଣ. କେଶବର କରାଳ କୁହୁତାନ ।
ଫରୁଆ ଭିତରର ଅଫେରା ଅତୀତର ଭିଜା ସ୍ମୃତି
ଫଗୁଣ ଛାତ ଉପରର ହଜିଲା ଏକ ଜହ୍ନ ରାତି ।
ଫଗୁଣ ଆସିଲେ ଫୁଲର ସହରେ ପ୍ରଜାପତି ଉଡେ
ଫେରିଲେ ଫଗୁଣ ପବନରେ ପାଖୁଡା ସବୁ ଝଡେ ।
ମୁଠାଏ ରଙ୍ଗବୁଣି ଜୀବନକୁ ରଙ୍ଗୀନ କରାଏ ଫଗୁଣ
ରଙ୍ଗ ହଜିଗଲେ ଫିକା ଫିକା ଦିଶେ ଇନ୍ଦ୍ରଧନୁ ଶ୍ରାବଣ ।
ଫଗୁଣ ଆସିଲେ ଆଖିରେ ମେଞ୍ଚେ ସ୍ବପ୍ନ ବୁଣେ
ଗଲାବେଳେ ଛାତିଏ କୋହ ଦେଇ ବିଦାୟ ନିଏ ।

