ରାତି ୬ଟି ସ୍କେଚ୍
ରାତି ୬ଟି ସ୍କେଚ୍
1 min
173
ରାତି
ଏକ ପରିଚୟ
ଅପହଞ୍ଚ ସ୍ବପ୍ନପାଖେ ପହଞ୍ଚିବାର
ରାତି
ଏକ ଚେହେରା
ଚିହ୍ନାଠୁ ବି ନିଜକୁ ଚିହ୍ନିବା ସମୟର
ରାତି
ଏକ ସଂପର୍କ
ପାପ କି ପୂଣ୍ୟ ସବୁ ଆପଣାର
ରାତି
ଏକ ଅପ୍ରାପ୍ତି
ଅୟୂତ ଇଛ୍ଛାମାନଙ୍କ ମୃତ୍ୟୁର
ରାତି
ଏକ ପ୍ରଶ୍ନବାଚୀ
ଉତ୍ତର ମିଳୁ ନ ମିଳୁ ଖୋଜିବାର
ରାତି
ଏକ ଗଜଲ
ବେସୁରା ହେଲେ ବି ଆପଣାର !!
